STORYMIRROR

Shibanand Banchhor

Others

3  

Shibanand Banchhor

Others

ବେଶ୍ୟା

ବେଶ୍ୟା

1 min
14.2K


ହଠାତ ହୃଦୟର କୋଣ ପ୍ରତି କୋଣରେ

ଗୋଟିଏ ପ୍ରଶ୍ନର ଉତ୍ତରରେ

ଦ୍ଵନ୍ଦର ଏକ ବାଦଳ ସୃଷ୍ଟି ହୋଇଥିଲା

ଆଉ ତାର ସଠିକ ଉତ୍ତର ପାଇଁ

ହୃଦୟରେ ଆଘାତ ଉପରେ ଆଘାତ କରିଚାଲିଥିଲା ।।

ଦୁନିଆରେ ତାର ପରିଚୟ ବେଶ୍ୟା

ସଂସାର ଚକ୍ଷୁରେ ସେ ଚରିତ୍ରହୀନା ।।

ହେଲେ ସେ କଣ ପ୍ରକୃତରେ ଚରିତ୍ରହୀନା

ନା ସେ କର୍ତ୍ତବ୍ୟନିଷ୍ଠ

ନା ସେ କର୍ମକୁ ନିଷ୍ଠା ସହ ତୁଲାଉଥିବା ଜଣେ ସଚ୍ଚୋଟ ମାନବୀ ।।

କଣ ସେ ମାନବଟା ସଚ୍ଚୋଟ

ଯିଏ କି ନିଜ ଭାର୍ଯ୍ୟାକୁ ଛାଡି ଅନ୍ୟତ୍ର ଆଶ୍ରୟ ନେଉଛି

ଆଉ ନିଜକୁ କହୁଛି ସଚ୍ଚୋଟ ଆଉ ଭଦ୍ର ।।

କଣ ସେ ପୂର୍ବରୁ ଏ କର୍ମ ପନ୍ଥା ନିର୍ଧାରଣ କରିଥିଲା

ନା କିନ୍ତୁ ସେ ପରିସ୍ଥିତିରୁ ସେ ବାଧ୍ୟ

ଆଉ ବାଧ୍ୟ କରିଛି ଏ ସମାଜ ।।

ନିଜ କୋହର ଢେଉଁ ଗୁଡିକୁ ନିଜ ହୃଦୟରେ ଚାପି ରଖି

ଅନ୍ୟର ଉପଭୋଗ ପାଇଁ

ସମର୍ପି ଦେଉଛି ନିଜ ଶରୀରକୁ ।।

ଅନ୍ୟ ପାଇଁ ଲଗାଉଛି ଗଜରା

ହେଉଛି ବିବସ୍ତ୍ରା

ଆଉ ପ୍ରତିଦିନ ଚାପି ହେଉଛି ଅନ୍ୟର ଛାତି ତଲେ ।।

ସେ ଶାନ୍ତ କରିବାକୁ ଚାହୁଁଛି

ସେ ମାଂସଲୋଭୀଙ୍କ କ୍ଷୁଧାକୁ

ଆଉ ବଞ୍ଚାଇବାର ଚେଷ୍ଟା କରୁଛି ନିରୀହ ମହିଳାମାନଙ୍କୁ ।।

ହେଲେ ସେ ମେଣ୍ଟାଇ ପାରୁନି ସେ କ୍ଷୁଧାକୁ

ଆଉ ସେ କ୍ଷୁଧାର୍ତ୍ତ ମାନେ ପାଲଟି ଯାଉଛନ୍ତି ନରଭୂକ୍ଷୀ ବ୍ୟାଘ୍ର

ମାନୁନାହାଁନ୍ତି ଶିଶୁ କି ବୃଦ୍ଧା

ଆଉ ଟେକି ନେଉଛନ୍ତି ନିଜ କ୍ଷୁଧା ନିବାରଣ ପାଇଁ ।।

ଶିବାନନ୍ଦ ବନଛୋର

ଅଞ୍ଚଳ ମହାବିଦ୍ୟାଳୟ ,ପଦ୍ମପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍