STORYMIRROR

Alhadini Panigrahi dash

Others

3  

Alhadini Panigrahi dash

Others

ବେସାହାରା

ବେସାହାରା

1 min
250

କୁଆଡେ ଯିବା. କୁଆଡେ ଯିବା

ମାଆ ଗୋ କୁହ ମୋର

ମଣିଷ ଗୁଡା ସଫା କଲେଣି

ଆମ ରହିବା ଘର (୧)


ଯିବା କି ଅବା ମଣିଷ ଘର

ସେମାନେ ଦେବେ ବାସ,

ଆମକୁ ଦେଖି ତାଙ୍କ ପିଲାଙ୍କ

ମୁଖେ ଉଠିବ ହସ (୨)


ଧନ ରେ ତୁହି ସରଳ ଅତି

ହୋଇଛୁ ଛୋଟ ଛୁଆ

ଆମରି ଘର ଭାଙ୍ଗିବ କରି ବି

କରିବନି ସେ ଆହା (୩)


ଖୋଳିବ ଗାତ ବାନ୍ଧିବ ଜାଲ

ଉପରେ ଡାଳ ଥୋଇ

ନେବେରେ ବାନ୍ଧି ଧନ ମୋହର

ଯନ୍ତା ରେ ଦେବେ ଭରି (୪)


ଆମକୁ ମାରି ଦେବେରେ ଧନ

ଆମ ହାଡ,ଦାନ୍ତ ପାଇଁ

ବିକ୍ରି କରିବେ. ବିଦେଶେ ଯାଇ

ଛାର ପଇସା ପାଇଁ (୫)


ସୁଧୁରି ଯାଅ. ମଣିଷ ଭାଇ

ପ୍ରକୃତି କରନା ଧ୍ଵଂସ

ମରଣ କୁ ଆଉ ବରଣ କରନି

ମାଡି ଆସିବ କାଳ (୬)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍