STORYMIRROR

Sachidananda Kar

Others

4  

Sachidananda Kar

Others

ବେଙ୍ଗ ରାଜା, ବେଙ୍ଗୁଲି ରାଣୀ ଓ ବରଷା

ବେଙ୍ଗ ରାଜା, ବେଙ୍ଗୁଲି ରାଣୀ ଓ ବରଷା

1 min
285


     ମଉସୁମୀ ଆସି ଖବର ଦେଲା

     ଗୀରୀଷମ ଗଲା ବରଷା ହେଲା

             ହଇରେ ହଇ ହଇ

     ଚାଷୀ ଭାଇଟି ସଜଲି କଲା

             ହଳ ଲଙ୍ଗଳ ମଇ ।।


     ବେଙ୍ଗ ରାଜା ଆଉ ବେଙ୍ଗୁଲୀ ରାଣୀ

     ବରଷା ଆସିଲା ଆଗରୁ ଜାଣି

               ଉଆସ ଛାଡ଼ି ଗଲେ

     ସାରୁ ଗଛର ମୂଳରେ ବସି

               କେଁ କଟର କଲେ ।।


     କଟର କଟର କଟର କେଁ

     ଆ'ରେ ବରଷା ପାଣି ତୁ ଦେ'

              ରାଇଜ ସାରା ଆମ

     ଖୁସି ଲହରୀ ଯିବରେ ଖେଳି

              ଲାଗିବ ଚାଷ କାମ ।।


     ସବୁଜ ଶୋଭାରେ ହସିବ ଧରା

     ଗଛ ଫୁଲ ଫଳେ ହେବରେ ଭରା

              ରାଇଜୁ ଯିବ ଦୁଃଖ

     ହେଲେ ତୋ ଦୟା ପରଜାକୁଳ

              ପାଇବେ ପରା ସୁଖ ।।


     ବେଙ୍ଗ ବେଙ୍ଗୁଲୀର ଏତକ କଥା

     ଶୁଣି ବରଷାର ଘୂରିଲା ମଥା

              ଗରଜି ଘୁଁ ଘୁଁ

     କହିଲା ଏବେ ବରଷିବାକୁ

              ଆସିଛି ପରା ମୁଁ ।।


     ତହୁଁ ମେଘ ଖଣ୍ଡେ ଆସିଲା ଭାସି

     ଉପରକୁ ଚାହିଁ ହସିଲା ଚାଷୀ

               ପଡିଲା ଟୋପା ଖସି

      ବେଙ୍ଗ ବେଙ୍ଗୁଲୀ ଛାଡିଲେ ରଡି

              ମୁରୁକି ହସ ହସି ।।


      ଚଷା ପୁଅ କ୍ଷେତ ଭରିଲା ଜଳେ

      ଧରଣୀ ଶୋଭିଲା ଫୁଲ ଓ ଫଳେ

              ସଭିଏଁ ହେଲେ ସୁଖୀ

      ବେଙ୍ଗ ରାଜାର ରାଇଜେ କେହି

              ରହିଲେ ନାହିଁ ଦୁଃଖୀ ।।

     


Rate this content
Log in