STORYMIRROR

Kalpana Kumari Pradhan

Others Children

3  

Kalpana Kumari Pradhan

Others Children

ବେଲ

ବେଲ

1 min
285

କେତେ ତ ଶୁଣିଛ କାହାର ମହିମା

      ଜାଣିଛ କି ବେଲ  ର ମହିମା l

କେଡେ ହିତ କାରୀ ରୋଗ ନାଶ କାରୀ

    ହେଲେ ନାହଁ ଟିକେ ଗାରିମା l


ପୂଜା ପାଇଁ ଖୋଜା ପଡ଼େ ତା ପତର

    ଅତି ପ୍ରିୟ ଆଶୁତୋଷ ଙ୍କର l

ବାହାର ଟା ସିନା ଏତେ ଟାଣ ତାର

    ଭିତର ପୂର୍ଣ୍ଣ ସୁସ୍ୱାଦୁ ରସ ର l


ପଣା କରି ପିଅ ଅବା କୋରି ଖାଅ

    ପ୍ରତି ରୂପେ ଆନନ୍ଦ ପାଅ l 

 ଖରାଦିନେ ଲାଗିଲେ ଟିକେ ଅବଶ

   ମନ ଝୁରେ ବେଲପଣା ଗିଲାସl 



ପ୍ରକୃତି ର ଅମୁଲ୍ୟ ଦାନ ସିଏତ

    କି କହିବି ତାର ଗାଥା l

ମନ ଦେହ ସତେଜ ହୁଏତ

    ଗ୍ରୀଷ୍ମ ତାଡନେ ଘୁରୁଥିଲେ ମଥା l 


Rate this content
Log in