STORYMIRROR

Banabihari Mishra

Others

3  

Banabihari Mishra

Others

ବେଗ

ବେଗ

1 min
528


ଯାଉଥିଲି ଦିନେ ଦୁଇଚକିଆରେ

ପଛରେ ବସେଇ ପୁଅକୁ ମୋର

ଟପିଗଲା ମୋତେ ଆଉ ଜଣେ ଲୋକ

ବେଗ ଯେଣୁ ଥିଲା ଅଧିକ ତାର।


କହିଲା ମୋ ପୁଅ "ହେଇ ଦେଖ ବାପା

ଆମକୁ ପଳେଇ ଗଲା ଟପିକି

ଚାଲ ଆମେ ତାକୁ ଟପିଯିବା ଆଜି

ଆହୁରି ଅଧିକ ବେଗ କରିକି।


କହିଲି ପୁଅକୁ ବେଗ ବଢ଼େଇକି

ବିପଦକୁ କାହିଁ ଡାକି ଆଣିବା

ଏଇମିତି ଗଲେ ଆମ ଲକ୍ଷ୍ୟ ସ୍ଥଳେ

ଠିକ୍ ସମୟରେ ପହଞ୍ଚିଥିବା।


ଆଉ ଗୋଟେ କଥା କହୁଛି ମୁଁ ତୋତେ

ସିଏ ଯାଉଛି ତା ନିଜକୁ ନେଇ

ମୁଁ ପରା ଯାଉଛି ଦୁଇଚକିଆରେ

ମୋ ନିଜ ଆତ୍ମାକୁ ପଛରେ ଥୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍