ବେଗ
ବେଗ
1 min
524
ଯାଉଥିଲି ଦିନେ ଦୁଇଚକିଆରେ
ପଛରେ ବସେଇ ପୁଅକୁ ମୋର
ଟପିଗଲା ମୋତେ ଆଉ ଜଣେ ଲୋକ
ବେଗ ଯେଣୁ ଥିଲା ଅଧିକ ତାର।
କହିଲା ମୋ ପୁଅ "ହେଇ ଦେଖ ବାପା
ଆମକୁ ପଳେଇ ଗଲା ଟପିକି
ଚାଲ ଆମେ ତାକୁ ଟପିଯିବା ଆଜି
ଆହୁରି ଅଧିକ ବେଗ କରିକି।
କହିଲି ପୁଅକୁ ବେଗ ବଢ଼େଇକି
ବିପଦକୁ କାହିଁ ଡାକି ଆଣିବା
ଏଇମିତି ଗଲେ ଆମ ଲକ୍ଷ୍ୟ ସ୍ଥଳେ
ଠିକ୍ ସମୟରେ ପହଞ୍ଚିଥିବା।
ଆଉ ଗୋଟେ କଥା କହୁଛି ମୁଁ ତୋତେ
ସିଏ ଯାଉଛି ତା ନିଜକୁ ନେଇ
ମୁଁ ପରା ଯାଉଛି ଦୁଇଚକିଆରେ
ମୋ ନିଜ ଆତ୍ମାକୁ ପଛରେ ଥୋଇ।
