ବେଦଭୂମି ଭାରତ
ବେଦଭୂମି ଭାରତ
1 min
229
ଧନ୍ୟ ତୁ ଭାରତ ଭୂମି ତୋ ଚରଣରେ ନମାମି
ବୀରପ୍ରସବିନୀ ବୀର ରକ୍ତେ ରଂଜିତା
ଶିରେ ହିମାଦ୍ରୀଶିଖର ଚରଣରେ ପାରାବାର
ଶତଶତ ସରିତଯେ ଶରୀରେ ଶୋଭିତା
ପୁଣ୍ୟ ତୀର୍ଥ ତୋର କୋଳରେ
ମୁଖରିତ ହୁଏ ନିତ୍ୟ ବେଦନାଦରେ !
ଗଙ୍ଗା, ଗାୟତ୍ରୀ, ଗୋମାତା କୋଟିନାରୀ ମଧ୍ୟେ ସ୍ଥିତା
ଶଷ୍ୟଶ୍ୟାମଳୀମାମୟୀ ଧନ୍ୟ ଲୋ ତୁହି
ହୋଇଲୁ ତୁହି ପବିତ୍ର ଜନ୍ମଦେଇ ବୀରପୁତ୍ର
ଧୈର୍ଯ୍ୟ ସାହାସେ କେହିଲୋ ତୋପରି ନାହିଁ
ଫେରିଗଲେ ବିଦେଶୀ ଜାତି
ଦେଖି ତୋର ଅହିଂସାର ଅସୀମ ଶକ୍ତି !
