STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ବଦନାମ ପ୍ରେମିକ

ବଦନାମ ପ୍ରେମିକ

1 min
150


ପ୍ରିତିନନ୍ଦା

ଯିବାକୁ ଚାହୁଁଛ ଯେବେ ଫେରିଯାଅ 

ଅଣଲେଉଟା ପରୱାନା ଟେ ହୋଇ

ମୁଦା ଲଫାପା ମୋ ପ୍ରେମ 

ତୁମ ସ୍ନାୟୁରୁ ରକ୍ତ କଣିକା ଯାଏଁ 

ଥିଲା ଦିନେ ଯାହା ଚେଇଁ ଚେଇଁ 

ସବୁତକ ପୋଛିନିଅ 

ଏକବିଂଶ ଶତାବ୍ଦୀ ର ମହାବାତ୍ୟା ହୋଇ

ମୁଁ ତ ସମର୍ପି ସାରିଛି

ହୃଦୟର ସାଇତା ପ୍ରେମକୁ

ତୁମେ ବି ତ 

ମୁକ୍ତା ପରି ସାଉଣ୍ଟି ସାରି ଯତନେ ରଖିଛ

ମନ ସାମୁକା ର ଗର୍ଭ ଗହ୍ବର ରେ

ଜାଣିଛି,

ତୁମେ ନୀଳ ଆକାଶର ସଫେଦ୍ ଜହ୍ନ ଟେ

ଯା'ର 

ସଫେଦ୍ ହୃଦୟ ଆଉ ସଫେଦ୍ ପ୍ରେମ 

ହେଲେ କଳଙ୍କିତ ମନ

ଆଉ ମୁଁ

ତୁମ ଜୋତ୍ସ୍ନା ରେ ଅଧା ଭିଜା

କାକର ଭରା ଦରଫୁଟା ଶିକ୍ତ କଇଁ ଟେ

ଲୋଡା ନାହିଁ ମୋ ପାଇଁ 

ଚାନ୍ଦିନୀ ରାତି ଟେ

ତଥାପି

ମୁଁ ଖୁବ୍ ଖୁସି

ତୁମେ ଏବେବି ହସିପାର

ନିଷ୍କଳଙ୍କ ମନ ଖୋଲା ହସ 

ଅନ୍ଧାର ଛାତିରେ

ହେଲେ ମୁଁ

ଆଜି ବି ଉବୁଟୁବୁ ହୁଏ 

ତୁମ ପ୍ରେମ ସ୍ମୃତି ସାଥେ

ମୋ ବନ୍ଦ କୋଠରୀ ଚାରି କାନ୍ଥ ଭିତରେ

ସେବେଳେ

ମୋ ଲେଖନୀ ସ୍ପର୍ଶ ରେ

ତୁମେ ପାଷାଣୀ ରୁ ଅହଲ୍ଯା ପାଲଟ

ଆଉ 

ସୁନ୍ଦରୀ ଜହ୍ନ ରୁ ଆନମନା ଶବ୍ଦ ର କୁହାଟ

ପୁଣି ଥରେ ମୁଁ 

ଖୁବ୍ ନିଷ୍ଠାପର ପ୍ରେମ କରେ ପୂର୍ବବତ୍

କଳଙ୍କିତ ପୁରୁଷ ଟେ ହୋଇ

ଦୁନିଆ ବଡଦାଣ୍ଡ ରେ

ବଦନାମ ର କଳସ ମୁଣ୍ଡେଇ ।


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ