STORYMIRROR

Chandrakanta Jena

Others

4  

Chandrakanta Jena

Others

ବଦନାମ ଗଳିର ଝିଅ

ବଦନାମ ଗଳିର ଝିଅ

1 min
390

ତୁ'ତ ପରଦେଶୀ କେଉଁ ସହରର

ଧନୀ ଘର ଗୋଟେ ପୁଅ

ମୁଁ'ତ କଳଙ୍କିନୀ ହତଭାଗି ଗୋଟେ

ବଦନାମ୍ ଗଳିର ଝିଅ

ମୁଁ ବଦନାମ୍ ଗଳିର ଝିଅ !!

ଛାତିରେ ଲେଖା ମୋ କଳଙ୍କିନୀ ବୋଲି

ଦେହରେ ଲେଖା ମୋ ବାସ

ବିଶ୍ବାସ ନଥାଏ ମୋ ଉପରେ କାହା

ଦୂନିଆଁ ପାଇଁ ମୁଁ ବିଷ !!

ରାତି ବିତେ ମୋର ନିଇତି ସେଜରେ

ମଧୁମତୀଟିଏ ହୋଇ

ହଜାରେ ଗ୍ରାହକ ଆସନ୍ତି ଯାଆନ୍ତି

ବଦନାମ୍ ବୋଲି କହି !!

ଦେହ କ୍ଷୁଦା ମେଣ୍ଟି ଦେଇ ଚାଲିଯାଏ

ସତ ହୋଇଯାଏ ପୁଅ

ସକାଳ କିରଣେ ଦୁନିଆଁ କୁହଇ

ବଦନାମ୍ ଗଳିର ଝିଅ

ମୁଁ ବଦନାମ୍ ଗଳିର ଝିଅ !!

ଚାଲିଯାରେ ପରଦେଶୀ ତୁ ଦୂରେଇ

ଆସେ ନାହିଁ ମୋର ପାସ

ମୋ ସାଥିରେ ହୋଇ ଯିବୁ ବଦନାମ

ଜୀବନ ହେବ ତୋ ବିଷ !!

ତୋର ପାଟରାଣୀ ସାଜିବା ପାଇଁକି

ମୋ ଭାଗ୍ଯରେ ନାହିଁ ଲେଖା

ମୋ ଠାରୁ ଦୂରେଇ ରହ ପରଦେଶୀ

ମୋତେ ଛାଡି ଦେଇ ଏକା !!

ଏତେ ଦାଗ ଅଛି ମୋ ମଥାରେ ଆଜି

କେମିତି ଲିଭିବ କହ

କେମିତି ପାଇବି ଭଲ ତତେ ଆରେ

ବଦନାମ୍ ଗଳିର ଝିଅ

ମୁଁ ବଦନାମ୍ ଗଳିର ଝିଅ  !!



Rate this content
Log in