ବଦଳିଯାଇଥିବା ଏକ ଦୁନିଆ
ବଦଳିଯାଇଥିବା ଏକ ଦୁନିଆ
1 min
77
ସତରେ ,
ସମୟର ଚଲା ପଥରେ
ଆଜି ବଦଳି ଯାଇଚି ଦୁନିଆ
ବାସ୍ତବିକତା ଠାରୁ ଭୟଙ୍କର କଳ୍ପନା
ଏମିତିକି ମସୃଣ
ପଥର ଖଣ୍ଡର ବି ପରିବର୍ତନ !
ଇଏ କେଉଁ ପ୍ରତିଭାର ପରିପ୍ରକାଶ
ଅନୁଧ୍ୟାନ କରିବା ଭାରି ମୁସ୍କିଲ୍
ନିଜ ଚଲାପଥ'ର
ରାସ୍ତା ଜାଣିନଥିବା ପଥିକ
ଅର୍ଥାତ ଚଲାପଥ ଅତିକ୍ରମ ବେଳେ
ମାଡ଼ି ଆସୁଥିବା କୀଟମିଟ୍ ଅନ୍ଧାରରେ
ନିଜ ସ୍ବପ୍ନକୁ ବୁଲାଇ ଖୋଜି ବୁଲୁଥିବା
ବାଟୋଇ ମଧ୍ୟ ବଦଳି ଯାଇଚି
ଏଇ ସମୟର କରାଳ ଗତିରେ !!
