ବଦଳି ଯାଇଛି ସମୟ
ବଦଳି ଯାଇଛି ସମୟ
ଯେମିତିକି ଥମି ଯାଇଛି ପବନ
ରଂଗ ହରେଇଛି ଆକାଶ
ଋତୁ ଆଉ ବଦଳୁ ନାହିଁ
ପୃଥିବୀ ବି ହରାଇଛି ତା ଗତିପଥ ଆଜି ।
ସାରା ବିଶ୍ବରେ ଛାଇଯାଇଛି ଡର
ରହି ରହି ରହି ଶୁଣା ଯାଉଥାଏ ଏକ
ଭୟାତୁର ଚିତ୍କାର।
ଛନଛନ ମୃଗୁଣୀର ଆଖି
କେତେବେଳେ କାଳେ ଆସିଯିବ ବ୍ଯାଧ
ଗ୍ରାସିଯିବ କାଳ ।
ଆକାଶରେ ଘୂରିବୁଲୁଥିବା ମନ
ଆଜି ଭଂଗା ସାଇକଲ୍ ରେ ସବାର
ଥମିଯାଇଛି ମନର ଗତି
ଥମି ଯାଇଛି ହୃଦ ସ୍ପନ୍ଦନ
ବଦଳି ଯାଇଛି ସମୟ ।
ଆଗପରି ନାହଁ ନାହଁ ଆଉ
ରୋଡ ଦୁର୍ଘଟଣାରେ ମୃଚ୍ୟୁ
ଚୋରହାରୀ ଭୟ କି ଗଣଦୁଷ୍କର୍ମର ସମାଚାର
ଚବିଶ ଘଣ୍ଟା ପୋଲିସ ଦେଉଛି ପହରା...
ଖାଲି ଗୋଟେ ଭୟ ଯାହା ଅଚିହ୍ନା ରୋଗର
ଘରୁ ବାହାରିବାକୁ ଭାରି ଭୟଲାଗେ।
ବଦଳି ଯାଇଛି ସମୟ।
କେବେ ଦ୍ବାପର ଯୁଗରେ
ଭୟ ଥିଲା କୋକୁଆର
କଳିରେ ଆଜି ଲାଗିଛି ଭୟ
କୋରୋନାର...।
