STORYMIRROR

Ajaya Mahala

Others

3  

Ajaya Mahala

Others

ବଢିଆ ହେଇଚି !

ବଢିଆ ହେଇଚି !

1 min
428



ଲୁଚି ଲୁଚି

ପାଦ ଚିପି ଚିପି

ଚଢ଼େଇଟି ଆଡେ

କ୍ୟାମେରା ଉଠାଉ ଉଠାଇ

ଫୁର୍ କରି ଉଡ଼ିଯାଏ ସେ

ଆଗ ପଟେ

ଆଉ ତୁମେ ମୋ ପଛ ପଟେ

ଫିକ କରି ହସି ଦିଅ

'ବଢିଆ ହେଇଚି! ବଢିଆ ହେଇଚି "କହି


ଜାଣିଛି ଆନନ୍ଦ ମିଳେ ତୁମକୁ,

ତୁମକୁ ନ ପଚାରି ଗଢିଥିବା

ମୋର ଯୋଜନା ସବୁ

ଭଣ୍ଡୁର ହୋଇଗଲେ ।

ତୁମ ମୁହଁ ଦେଖି ଜାଣେ

ତୁମ ବେଶ ହସ ମନେ ମନେ

ଯେମିତିକା କାଦୁଅରେ ଗୋଡ଼ ଖସାଇ

ପଡି ଯାଇଛି ମୁଁ ଚିତପଟାଙ୍ଗ ହୋଇ


ଛୋଟ ଛୁଆ ହୋଇଥିଲେ

ବୋଧେ ତୁମେ ନାଚି ଥାଆନ୍ତ

ତାଳି ମାରି

ଆଉ ମୁଁ ବି ଜବାବରେ

ତୁମ ଚୁଟି ଝିଙ୍କି ଥାଆନ୍ତି ଦୁଷ୍ଟାମିରେ

ବେଶୀ ଚିଡାଇଲେ

ତୁମ ଆଙ୍ଗୁଳି ମୋଡି ରଖନ୍ତି

"ମାଆ ଲୋ", "ମାଆ ଲୋ" ରଡି

ମୁହଁରୁ ବାହାରିବା ଯାଏଁ


ଏସବୁ ତ କହିବା କଥା...


ତୁମେ ଠିକ ଜାଣ

ମୁଁ ତୁମକୁ ବହୁତ ଭଲ ପାଏ ବୋଲି

କିପରି ବୁଝିବ

ତୁମକୁ ହସାଇବା ପାଇଁ

କେତେଥର ଜାଣିଶୁଣି

କାଦୁଅରେ ଗୋଡ଼ ଖସାଇ

ମୁଁ ନିଜେ ପଡି ଯାଏ



ଜାଣିଛି ....

ଏଡ଼େ ବଡ଼ ହେଲାପରେ ବି

ମତେ ଚିଡାଇ

ଖିଲି ଖିଲି ହସ ତୁମେ

ଅନୁଭବ କରେ ତୁମ ହସକୁ

ଯାହା ଝରି ଆସେ ତୁମ ଓଠରୁ

ମୋ ଆତ୍ମା ଭିତରକୁ

ବଂଶୀର

ଉଦାତ୍ତ

ସ୍ପଷ୍ଟ

ମନ୍ଦ୍ର

କୋମଳ ନିନାଦ ହୋଇ


ମୁଁ ମନାସେ, ଏହି ମର୍ତ୍ତ୍ୟରେ

ବାରମ୍ବାର ଜନ୍ମିବାକୁ

କେବଳ ତୁମ ପାଇଁ

ଯେଉଁଠି ...

ତୁମ ପ୍ରେମ ତପସ୍ୟାରେ

ଜୋର ଜୋର ମେଘ ବରଷେ

ଘରୁ ଗୋଡ଼ କାଢ଼ିବା ଆଗରୁ

ଆଉ ତୁମେ ସେତେବେଳେ

ତୁମ ଘର କବାଟ ପଛରେ

ଆନନ୍ଦରେ ନାଚୁଥାଅ

ବଢିଆ ହେଇଚି କହି


ଜାଣିଛି ...

କେବେ ଯଦି ଜୀବନର

କାଦୁଆ ରାସ୍ତାରେ ଚାଲୁ ଚାଲୁ

ଚିତପଟାଙ୍ଗ ହୋଇ ପଡିଯାଏ

କେବଳ ତୁମ ହାତ ବଢି ଆସିଥିବ

ମୋତେ ଉଠାଇବା ପାଇଁ


ଆଉ କେବେ ଯଦି

ଜୀବନର ଝଡ଼ ଝଞ୍ଜା ମତେ ଅଦୃଶ୍ୟ କରିଦିଏ

ତେବେ ଯେଉଁ ଆଖି ହଳକ

ମୋତେ ଖୋଜୁଥିବ

ତାହା ତୁମର ହିଁ ହୋଇଥିବ


ଆଉ ଏହା ବି ଜାଣିଛି ....


କେବେ ଯଦି

ଯାଇଥିବା ବାଟରୁ ନ ଫେରେ

କେବଳ ତୁମେ ହିଁ

ସତ କାନ୍ଦ କାନ୍ଦିବ

ମୋ ପାଇଁ


~💝~



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍