STORYMIRROR

Anita Dash

Children Stories Inspirational

3  

Anita Dash

Children Stories Inspirational

ବଡଦିନର ଶ୍ରେଷ୍ଠ ମସିହା

ବଡଦିନର ଶ୍ରେଷ୍ଠ ମସିହା

1 min
188


ମହା ମନୀଷୀଙ୍କ ମହନତାଟିକୁ

ମନେ ପକାଇବା ଦିନ,

ମାନବବାଦର ମସିହାଙ୍କ ସ୍ମୃତି-

ଚାରଣର ବଡ଼ଦିନ।


ମାତା ମେରୀ ତୁମେ ଧନ୍ୟା କାଳେକାଳେ

ଯୀଶୁଙ୍କୁ ଜନମ ଦେଇ,

ମାଟି ମେଷଶାଳା ସରଗ ସମାନ

ବେଥେଲେହାମକୁ ନେଇ ।


ମୋହିଥିଲେ ଯିଏ ସରଳ ହୃଦୟେ ,

ପ୍ରେମ ସେବା ଭାବ ଦେଇ,

ମସିହା ମୁକୁଟ ପିନ୍ଧିଥିଲେ, ତ୍ୟାଗ

ଦରିଦ୍ରତା ସାଥେ ନେଇ।


ମାନବ ସେବାର ଆଦର୍ଶକୁ ନେଇ

ଚେତାଇଲେ ସେବା ଭାବ,

ମନତଳେ, ଦୃଢ ବସା ବାନ୍ଧିଥିଲେ,

ଗଢିବେ ଶାନ୍ତି ସମାଜ।


ମହାନ ତାଙ୍କରି ଅମରୁତ ବାଣୀ

ଈଶ୍ୱରଙ୍କୁ ଭଲପାଅ,

ନିଜ ପରିବାର ପଡୋଶୀଙ୍କ ସୁଖ-

ଦୁଃଖରେ ସହାୟ ହୁଅ।


ମଣିଷର ଭଲମନ୍ଦ ସ୍ଵଭାଵଟି,

ମରଣ କାଳରେ ଜଣା,

ମରଣର କାଳେ, ମାରକକୁ କ୍ଷମା,

ଶ୍ରେଷ୍ଠ ମସିହାରେ ଗଣା ।


ମାଗିଥିଲେ ଶେଷେ ଈଶ୍ୱରଙ୍କୁ ସବୁ-

ମଣିଷର ପରିତ୍ରାଣ,

ମିତ୍ର-ଶତ୍ରୁ ଭେଦ ଦେଖିତ ନଥିଲେ

ଅକ୍ଷୟ , ଅମର ପ୍ରାଣ।


ମହା-ମନୀଷୀଙ୍କ ଜନମ ତିଥିରେ

ଦୁର୍ବାର ଶପଥ ନେବା,

ମିଥ୍ୟା-ଦ୍ୱେଷ-ହିଂସା-ଅସୂୟା ଦୂରେଇ,

ସଭିଙ୍କୁ ଭଲ ପାଇବା।



Rate this content
Log in