STORYMIRROR

pratap nayak

Others

2  

pratap nayak

Others

ବଡବଡୁଆ

ବଡବଡୁଆ

1 min
13.6K


ଆସେ....

ବୁଲି ଯିବା ଆମ ଘର ଆଡେ...

ଛାଡି ଆସିଥିଲେ ଯାହାକୁ ଏହିଦିନ

ମରଣ ନାଁରେ...

ଶୁଖୁଲା ମୁହଁରେ ବାଳୁତ ପୁଅ ମୋର

ଟେକି ଅଛି ଭୂଜ....l


ଘରମିଶା ଗାଁ ସାଙ୍ଗ ସାଥି ଯେଉଁମାନେ

ଆମ ଲେଖାରେ ଶତୃଥିଲେ....

ଦେଖିବାବି ମିତ୍ରଙ୍କୁ ଆମରି

ଯିଏ ଚିହ୍ନେଇ ଥିଲେ ଭାଟି ଖଟି!

ଫୁଲେଇ ମା ବେଙ୍ଗପରି

ନିଶାରେ ଦୃତଗତିରେ ....

ହୁଏତ ଦୁର୍ଘଟଣା ଆମ ବେପରୁଆ ପଣରୁ ନା ଆମ ବଡିମାରୁ.....l


ଅଶରୀରି ଆମେ କାଶିଆ କପିଳା....

ବରଷେ ପୁରିନି ବୋଲି

ବାଣ ଫୁଟୋଉନି....

ମୋ ପୁଅ !

ତୁ ଆଖିରେ ଦେଖିନେ ତୋ ପୁତୁରାକୁ....

ଦୀପଟାବି ନାହିଁ ଦୁଆର ବନ୍ଧରେ....l


ଚଉକିରେ ବୁଢାବାପ ଆଜମାରେ

ଖୁଁ ଖୁଁ କାଶେ....

ସ୍ତ୍ରୀ ବି ପେଟେଇଛି ଅଧାକାନ୍ଥି ସେପଟେ

ଗଣ୍ଠି ତଳକୁ ଯିବା ପରା ମନା....

ଆ ବସି ପଢିନବା ସଜନା ଡାଳରେ....l


କେତେ ଖୁସି......

କେତେ ଦୀପ ପୁଣି କେତେ ବାଣଫୁଟା ସାରା ଗାଁଟାକୁ ଗିଳିଛି ଧୁଆଁରେ...

ସଭିଙ୍କ ଦୁଆରେ ନିଆଁ ହୁଳା ଭୋଗରାଗ

ଡାକ....

ବଡବଡୁଆ ହୋ.......l


ଶୁନଶାନ୍ ଆମଦାଣ୍ଡ

ଆରବର୍ଷ ଏଇଦିନେ ଛାଡିଥିଲେ ଘର.....


ଆରେ ବାଡି ପଟରେ କିଏକି !

ଧକେଇ କାନ୍ଦୁଛି.....

ଚିହ୍ନି ପାରୁନୁକି କାଶିଆ...

ସିଏ ପରା ଆମ ମା

ଏମିତି ଗୁମୁରିବ....

ଆମ ପାଇଁ ବଞ୍ଚିଥିବା ଶେଷ ଦିନ ଯାଏ



ପ୍ରତାପ ନାୟକ

୭୦୦୮୦୫୪୨୮୨


Rate this content
Log in