STORYMIRROR

Suresh chandra Padhy

Others

3  

Suresh chandra Padhy

Others

ବଡ଼ ଓଷା

ବଡ଼ ଓଷା

1 min
387

ମୁଁ ବଡ଼ ଦୁଃଖୀ ହେ ମହେଶ୍ୱର

ବଡ଼ ଠାକୁର ହେ କରୁଣା କର

ବଡ଼ ଓଷା ଆଜି ତୁମର

ବଡ଼ ଠାକୁର ହେ କରୁଣା କର

ଜୟ ଜୟ ଧବଳେସ୍ଵର 

 ଜୟ ଜୟ ଧବଳେଶ୍ଵର


ଧଳା ଫୁଲ ରେ ତୁମେ ସୁନ୍ଦର ଦିଶୁଛ

ବଡସିଂହାର ବେଶରେ ଭାରି ମାନୁଛ


ତୁମେ ପରା ସଭିଙ୍କର 

       ମନ ବୁଝି ପାର

ମୋ ବେଳକୁ ତୁମେ ହେବନି ନିଷ୍ଠୁର

ଜୟ ଜୟ ହେ ଧବଳେଶ୍ଵର

ଜୟ ଜୟ ହେ ଧବଳେଶ୍ଵର


ଧଳା ନେତ ତୁମ ମନ୍ଦିରେ ଉଡ଼ୁଛି

କହିଁ କେତେ ଦୂରରୁ ଭକ୍ତ ଆସୁଛି


ଏତିକି ବିନତି ମୋହର

    କରିବନି କେବେ ତୁମ ଠାରୁ ଦୂର

ଜୟ ଜୟ ଧବଳେଶ୍ଵର

ଜୟ ଜୟ ଧବଳେଶ୍ଵର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍