ବଡ଼ କିଏସେ
ବଡ଼ କିଏସେ

1 min

362
ଦୁଇ ବନ୍ଧୁ ଦିନେ କଳି ଲାଗିଲେ
ବଡ଼ ପଣିଆ ବଖାଣି ବସିଲେ
ଗୋଟିଏ କହିଲା ଆର ବନ୍ଧୁକୁ
ମୋ ପରି ମହାନ୍ ତୁ କି ହୋଇବୁ
ତୋ ବକ୍ଷରେ ମୁହିଁ ନ କଲେ ସ୍ପର୍ଶ
ହୋଇବ କି ବୃଦ୍ଧି ତୋର ସୌନ୍ଦର୍ଯ୍ୟ
ସୁନ୍ଦର ଚେହେରା ସୁନ୍ଦର ରଙ୍ଗ
ସବୁ ମାନବର ଜିଣେ ମୁଁ ହୃଦ
ମୋ ଲାଗି ପରା ତୁ ହେଲୁ ଯଶସ୍ୱୀ
ଯୁଗ ଯୁଗ ଧରି ରହିଲୁ ସାକ୍ଷୀ
ଆର ବନ୍ଧୁ ଶୁଣି ଦେଲା ଉତ୍ତର
ମୋର ଲାଗି ସିନା ତୋର ଆଦର
ବକ୍ଷ ମୋହର ପାତିଛି ବୋଲି
ଚର୍ ଚର କରି ଯାଉଛୁ ଚାଲି
ମୋ ବକ୍ଷ ନ ଥିଲେ କିଏ ସେ ତତେ
କାଣିଚାଏ ତତେ ପଚାରେ ତତେ
ସୁନ୍ଦର ଚେହେରା ହେବ ତୋ ସୁନ
ତୋ ସହ ଯଦି ନ ମିଶେ ମୋ ମନ
ଦୁଇ ବନ୍ଧୁଙ୍କର କଳି ନ ସରେ
କହିବ କି ବନ୍ଧୁ କିଏ ସେ ଦୁହେଁ