STORYMIRROR

rasmi maye pati

Children Stories

3  

rasmi maye pati

Children Stories

ବଡ଼ କିଏସେ

ବଡ଼ କିଏସେ

1 min
364

ଦୁଇ ବନ୍ଧୁ ଦିନେ କଳି ଲାଗିଲେ

ବଡ଼ ପଣିଆ ବଖାଣି ବସିଲେ


ଗୋଟିଏ କହିଲା ଆର ବନ୍ଧୁକୁ

ମୋ ପରି ମହାନ୍ ତୁ କି ହୋଇବୁ


ତୋ ବକ୍ଷରେ ମୁହିଁ ନ କଲେ ସ୍ପର୍ଶ

ହୋଇବ କି ବୃଦ୍ଧି ତୋର ସୌନ୍ଦର୍ଯ୍ୟ


ସୁନ୍ଦର ଚେହେରା ସୁନ୍ଦର ରଙ୍ଗ

ସବୁ ମାନବର ଜିଣେ ମୁଁ ହୃଦ


ମୋ ଲାଗି ପରା ତୁ ହେଲୁ ଯଶସ୍ୱୀ

ଯୁଗ ଯୁଗ ଧରି ରହିଲୁ ସାକ୍ଷୀ 


   ଆର ବନ୍ଧୁ ଶୁଣି ଦେଲା ଉତ୍ତର

ମୋର ଲାଗି ସିନା ତୋର ଆଦର


  ବକ୍ଷ ମୋହର ପାତିଛି ବୋଲି

 ଚର୍ ଚର କରି ଯାଉଛୁ ଚାଲି


ମୋ ବକ୍ଷ ନ ଥିଲେ କିଏ ସେ ତତେ

 କାଣିଚାଏ ତତେ ପଚାରେ ତତେ


ସୁନ୍ଦର ଚେହେରା ହେବ ତୋ ସୁନ

ତୋ ସହ ଯଦି ନ ମିଶେ ମୋ ମନ


  ଦୁଇ ବନ୍ଧୁଙ୍କର କଳି ନ ସରେ

  କହିବ କି ବନ୍ଧୁ କିଏ ସେ ଦୁହେଁ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍