STORYMIRROR

Ajay kumar Behera

Others

3  

Ajay kumar Behera

Others

ବଡ଼ କବିଟିଏ _ମୁହିଁ

ବଡ଼ କବିଟିଏ _ମୁହିଁ

1 min
183


ଏଣୁ ତେଣୁ କରି  ଲେଖୁଛି କବିତା

    ପଢୁନ ପାଠକେ କାହିଁ

ନାହିଁ ତାଳ ମେଳ ଲେଖାରେ ମୋହର

    ଭାବୁଛ ସେଇଥି ପାଇଁ।୧।


ପଦ୍ୟ କବିତା ଯେ ଆସେ ନାହିଁ ମୋତେ

    ଲେଖେ ମୁଁ ଗଦ୍ୟ କବିତା

ନ ଥାଉ ପଛକେ ଅର୍ଥ ଯେ ତାହାର

    ମୋ ପାଇଁ ନୂଆ କବିତା।୨।


ନିଶ ମୋଡ଼ି ଦେଇ କହି ହେଉଥାଏ

   ବଡ଼ କବିଟିଏ ମୁହିଁ

ମାନପତ୍ର କେତେ ପାଇ ଅଛି ଆରେ

   ହିସାବ ରଖି ତ ନାହିଁ।୩।


ହାତ ଗୁଞ୍ଜା ଦେଲେ ମାନପତ୍ର କେତେ

  ଅଭାବ ଜମାରୁ ନାହିଁ

ଆଜି କାଲି ପରା ଉପାଧି ମିଳୁଛି

  ସିଏ ବି ଟଙ୍କାର ପାଇଁ।୪।


ଯାହା ହେଉ ପଛେ କବିଟେ ହୋଇଛି

  କୁହାବୋଲା କରି କେତେ

ସବୁ ଅନୁଷ୍ଠାନେ ନାଆଁ ଅଛି ମୋର

   ନବୁଝୁ ବା କେହି ମୋତେ।୫।


ସମୟ ସମୟେ ଡାକରା ଆସୁଛି

  କେତେ ଯେ ଆସର ପାଇଁ

ଫାଙ୍କି ଦିଏ ମୁହିଁ ବହୁତ କାମ ମୋ

  ଯିବାକୁ ସମୟ ନାହିଁ।୬।


ଯାହା ହେଉ ପଛେ କବିଟେ ହୋଇଛି

  ଏକଥା ଭାବୁଛି ମୁହିଁ

ଲେଖା ଯାହା ହେଉ ସବୁଠି ଆଦର

  ଏଇ ପଦଟିଏ ପାଇଁ।୭।




Rate this content
Log in