ବଦାନ୍ୟ ଶ୍ରାବଣୀ
ବଦାନ୍ୟ ଶ୍ରାବଣୀ
ଵାଦାନ୍ୟ ଶ୍ରାବଣୀ
°°°°°°°°°°°```
ଶ୍ରାବଣୀ ମେଲିଛି ତାର ଅନାବିଳ ବାରିଦ ସ୍ନେହ ପସରା
ବୁନ୍ଦା ବୁନ୍ଦା ବାରି ପିୟୁଷ ସମ ଧରା ଶିରେ ଢାଳି ଚାଲିଛି
ନକରି ହେଳା
ନିଦାଘ ଯାତନା କାତରେ ବ୍ୟାକୁଳ
ଉଦ୍ଭିଦ ଜୀବ ବିହଙ୍ଗ କୁଳ
ଲଭନ୍ତି ସାନ୍ତ୍ୱନା ଟିକେ ଆଜି ପାଇ
ବଞ୍ଚିବା ରାହା ଅଶୀଥିଳ
କେତେ ପୁଷ୍ପଫଳେ ସୁଶୋଭୀତ
ହେବ ବସୁନ୍ଧରା ମେଖଳା
କୃଷକଗଣ କରି ଚାଲିଲେ କର୍ଷଣ
କରିବାକୁ ଧରାପୃଷ୍ଠ ଶସ୍ୟ
ଶ୍ୟାମଳା
ସୁନ୍ଦର ସୃଷ୍ଟିର ପରିପୂରକ ଆମ
ବରଷା ରାଣୀ
ପ୍ରାଣ ଦାୟିନୀ ସେତ ଧରା
ବାସୀଙ୍କ ଦାନାପାଣି ଦାତ୍ରୀ
ଧାରା ଶ୍ରାବଣୀ
ଝିଙ୍କାରିର ସ୍ବର ଝଙ୍କାର ତାଳେ
ତାଳେ ମଣ୍ଡୁକଗଣଙ୍କ ପ୍ରଣୟ
ଅଭିସାର
ସର୍ପ କୁଳଙ୍କ ନୀରବ ଯୁଗଳ
ଶୃଙ୍ଗାର ଲୀଳା ନୃତ୍ୟମନ
ମୁଗ୍ଧକର
ଡେଣା ମେଲେଇ ପ୍ରଜାପତି
ଉଡ଼ିବୁଲେ ଫୁଲଉପରେ
ମଧୁ ଆସ୍ୱାଦନେ ବାଇ
ପୁଷ୍କରିଣୀକୂଳେ ଡେଣା ଝାଡ଼ି
ମାଛରଙ୍କା ବଗୁଲା ବଗୁଲି
ମୀନ ସଂଗ୍ରହ ରେ ବାଇ
ଡାହୁକ ବାପୁଡ଼ା ପକାଏ କାନ
ଅତଡ଼ା ବାଡ଼ି ପଟ ବୁଦାରେ
ବୁଲି ବୁଲି
ସ୍ୱାଗତ ସଙ୍ଗୀତ କରେ ଗାୟନ
କୀଟଜଗତ କରି ଖାଲି
ଗାଁ ପୋଖରୀ ତୁଠ ଗ୍ରାମ୍ୟ ଗୃହିଣୀ ବୃନ୍ଦଙ୍କ ଚୁଡ଼ି ରୁଣୁ ଝୁଣୁ ଶବଦେ
ହୁଏ ମୁଖରିତ
ଘର କଥା ଗପି ଚାଲନ୍ତି ସେମାନେ
ଗାତ୍ର ପରିଷ୍କାର କରଣେ ରତ
ଜଗତ ର ମିତ୍ର ଏଇ ଶ୍ରାବଣୀ
ଆମ ଭରିଚାଲେ ମନ ପ୍ରାଣେ
ଆନନ୍ଦ ଲହରୀ
ଅଫୁରନ୍ତ ପୁଲକେ କରେ ରଂଜିତ
ସୌଦାମିନୀ ଝଲକେ ବଜ୍ର ନିନାଦେ
ବରଷି ବାରିଦ ବାରି
ଆଗମନ କରୁଥାଅ ପ୍ରତି ବରଷ
ଏମିତି ଧରା ଧାମେ ଆଗୋ ଶ୍ରାବଣୀ
ଅନ୍ନ ପ୍ରଦାୟିନୀ
କରି ଚାଲୁଥାଅ ଏମିତି ଅବିରତ
ଉଦ୍ଭିଦ ଜୀବ କୀଟ ପତଙ୍ଗ ସରୀସୃପ ମାନବ ଜଗତ ନକରି ଋତୁଚକ୍ର ର
ମର୍ଯ୍ୟାଦା ହାନୀ
( ©Abadhoot Panda )
