ବଚନ
ବଚନ
1 min
190
ବ୍ୟବହାର ଅଟଇ ସାର
ପ୍ରତିବିମ୍ବ ଯା'ହୃଦୟର।
ବ୍ୟବହାର କୁ ଦେଖି ସର୍ବେ
ଆପଣା ପର ପରା ଭବେ।
ପରକୁ କରେ ଆପଣାର
ବଚନ ମଧୁର ଯାହାର।
ନିଜର ସାତପର ହୁଏ
କର୍କଶ ବାଣୀ ଶୁଣି ହାଏ।
ଯେଝା ମତେ ଯିଏ ସଂସାରେ
ପୋଷଇ ନିଜ କୁଟୁମ୍ବ ରେ।
କେହି ନ ଦିଏ କିଛି କା'ରେ
ବିନା ସ୍ୱାର୍ଥରେ କେବେ ବାରେ।
ସୁଖ ସମୟେ ସବୁ ସାଥି
ଦୁଃଖରେ ନ ମାଡନ୍ତି କତି।
ତେଣୁ ତୁ ଆପଣ ଧର୍ମରେ
ରହିଣ ଅଟଳ ମନରେ।
ସଭିଙ୍କ ସାଥେ ଭାବ ରଖି
ନିଜ କରମେ ରହି ସୁଖୀ।
ପଦ୍ମପଲ୍ଲବେ ପାଣି ପରି
ତିନ୍ତିବୁ ନାହିଁ ଭାବେ ହାରି।
ବଚନେ ମଧୁରତା ରଖି
ଶତ୍ରୁ -ମିତ୍ର ତୁ ନ ପରଖି।
ହସି ଖେଳି ଏ ଚାରି ଦିନ
କାଟିଦେ ଜପି ଭଗବାନ।
