STORYMIRROR

Prahallad Sahoo

Children Stories Classics Inspirational

4.0  

Prahallad Sahoo

Children Stories Classics Inspirational

ବଚନ ସୁନ୍ଦରୀ

ବଚନ ସୁନ୍ଦରୀ

1 min
138


ମୁଁ ଅଭିନ୍ନ, କିନ୍ତୁ ଭିନ୍ନତାର ଏକ ଅନ୍ତଃସ୍ବର

ମୁଁ ନୀରବ, କିନ୍ତୁ ପୁଞିଭୂତ ଶବ୍ଦର ସମାହାର

ମୁଁ ବଧିର, କିନ୍ତୁ ଶୁଣେଇ ପାରେ ସପ୍ତସ୍ଵର

ମୁଁ ମାଧ୍ୟମ, ହଜିଯାଇଥିବା ଅଭୁଲା ଅତୀତର

ମୁଁ କ୍ୟାସେଟ୍, ଆବାଳ-ବୃଦ୍ଧ-ବନିତା ସମସ୍ତଙ୍କର।

ମୋର ଜନ୍ମ ଦାତା ବେଲଜିୟମ ବାସି ଲ୍ଯୁ ଓଟ୍ଟେନସ

ମୋର ପାଳନ କର୍ତ୍ତା ମହାନ ଡଚ୍ କମ୍ପାନୀ ଫିଲିପସ।

ମୋର ପରିଚୟ ମ୍ୟୁଜିକ କ୍ଯାସେଟ୍, କମ୍ପାକ୍ଟ କ୍ଯାସେଟ୍

ଲୋକେ କହନ୍ତି ଟେପ୍ କ୍ଯାସେଟ୍ ଅବା ଅଡିଓ କ୍ଯାସେଟ୍।

ମୁଁ ଅଟେ ଏକ ଏନାଲୋଗ ଟେପ ରେକଡିଂ ଫରମାଟ

କାର୍ଯ୍ଯ ଦକ୍ଷତା ମୋର ଅଡିଓ ରେକଡିଂ ଅବା ପ୍ଲେବେକ।

ମୋ ମଧ୍ୟେ ସଞ୍ଚିତ ବିଦ୍ୟୁତ ଚୁମ୍ବକୀୟ ଶକ୍ତି

ମୋର କାର୍ଯ୍ଯ ପ୍ରଣାଳୀକୁ କରେ ଅଗ୍ରଗତି।

<

p>ବିନା ବିଦ୍ୟୁତ ରେ ମୁଁ ଚାଲି ନ ପାରେ ଆଗକୁ ଟିକେ

ତା ବିନା ମୋର ନାହିଁ କିଛି ପ୍ରୀୟ ସଖା ମୋର ସେ।

କାଗଜ କଲମରେ ଲେଖିହୁଏ ଶୁଣିହୁଏନା ମଧୁର ମୂର୍ଚ୍ଛନା

ମୁଁ ଶୁଣେଇ ପାରେ ହସ କାନ୍ଦ, ଭଲ ମନ୍ଦ ଅବା ଯାତନା।

ମୋତେ ସୃଷ୍ଟିକରି ମୋ ମଧ୍ଯରେ ଭରିଦେଲ ଅଲୌକିକ ଶକ୍ତି

ଯାହାଲାଗି ମୁଁ ସମସ୍ତଙ୍କର ପ୍ରୀୟ ସମସ୍ତେ ପ୍ରୀୟ ମୋର ଆଜି।

କାଗଜ କଲମ ଛାଡି ମୋତେ କରିଥିଲ ଆପଣାର

ଧିରେ ଧିରେ ମୋତେ ଭୁଲି ଫ୍ଲପି ଡିସ୍କ କଲ ନିଜର।

ଫ୍ଲପି ଡିସ୍କ ପରିବର୍ତ୍ତେ କମ୍ପାକ୍ଟ ଡିସ୍କ ହେଲା ଲୋକପ୍ରିୟ

ସେ କମ୍ ପଡିଲା ଏବେ ମେମୋରି କାର୍ଡ ହେଲା ପ୍ରୀୟ।

ସେଥିଲାଗି ଦୁଃଖ ନାହିଁ ଏମାନେ ସବୁ ମୋ ସଖାସହୋଦର

ବଞ୍ଚିବାର ଥିଲେ ସମ୍ମାନ ସହିତ ଉନ୍ନତ କର ନିଜ ସ୍ମୃତି ଶକ୍ତିର ।


Rate this content
Log in