STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବୈଶାଖ ବ୍ରତ

ବୈଶାଖ ବ୍ରତ

1 min
135


ବୈଶାଖ ବ୍ରତ ପାଳିଲେ ସତ

ସନ୍ତୋଷ ହୁଏ ଆତ୍ମା

ଈଶ୍ବର ପାଇଁ ମାନବ ଏଇ

ହେବାରେ କରିତ୍କର୍ମା।୧

ଶୁଦ୍ଧତା ହୁଏ ଦେହ ଓ ମନ

ସୁସ୍ଥ ବି ହୋଇଥାଏ

ଭବିଷ୍ଯ ପାଇଁ ସୁଗମ ପଥ

ଯିଏ ହିଁ ପାଳିଥାଏ।୨

ଧର୍ମର ପଥ ସଂସ୍କୃତି ମଧ୍ଯେ

ରହିଛି ଯୁଗେଯୁଗେ

ଆମ ଭାରତ ବିଶ୍ବ ମଧ୍ଯରେ

ସର୍ବଦା ଅଛି ଆଗେ।୩

ସକଳ ଚିନ୍ତା ଦୂରକୁ ଫିଙ୍ଗି

ଯିଏ ଚାଲୁଛି ଖୋଜି

ବୈଶାଖ ବ୍ରତ ବର୍ଷରେ ଥରେ

ଆସିଛି ଯେଣୁ ଆଜି।୪

ପବିତ୍ର ମନେ ଚିନ୍ତା ଚେତନା

ନ କରି ପୂଜା ବ୍ରତ

ସତ୍ଯର ମଙ୍ଗ ଧରି ଚାଲିଲେ

ଈଶ୍ବର ହେବେ ମିତ।୫

ଅହିଂସା ବ୍ରତ ଜୀବନେ ହେଉ

ଶପଥ ଆଜି ନେବା

କୀଟକୁ ବ୍ରହ୍ମ ହୃଦୟେ ଭାବି

ଦୟାଟି କରୁଥିବା।୬

ଜୀବନ ଯାର ହୃଦୟେ ଅଛି

ସିଏ ତ ଈଷ୍ଟ ଅଂଶ

ପ୍ରେମର ଡୋରୀ ଲଗାଇ ଆମେ

ମୋଟେ ନ ହେବା କଂସ।୭

ବୈଶାଖ ବ୍ରତ ଯିଏ କରିବ

ଧର୍ମ ହିଁ ହେବେ ବଶ

ସକଳ ଦେବ ଦେବୀ ମହୀରେ

କେହି ହେବେନି ରୋଷ।୮

ପାଣିକୁ ଟେକି ଈଷ୍ଟ ଉଦ୍ଦେଶ୍ଯେ

ସମର୍ପଣର ଭାବ

ଯେତେ ରହିଛି ଏହି ମହୀରେ

କର୍ମରେ ଯିବା ସର୍ବେ।୯

ବୈଶାଖ ବ୍ରତ ଶ୍ରେଷ୍ଠ ନିଶ୍ଚିନ୍ତ

କିନ୍ତୁ ହେ ଭାଇମାନେ

ଆସନ୍ତୁ ସର୍ବେ ଏକତା ମନେ

ପାଳିବା ବସି ଧ୍ଯାନେ।୧୦

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍