Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shashanka sekhar Ray

Others

5.0  

Shashanka sekhar Ray

Others

ବୈରାଗଭାବ

ବୈରାଗଭାବ

1 min
184


ହାତେ ଧରି କମଣ୍ଡଳୁ

ପିନ୍ଧି ଗେରୁଆ ବସ୍ତ୍ର

ଛାଡି ଦାଢି ସଂସାର

କାହିଁ ଯିବ ହିମାଳୟ

ହେବାକୁ ସନ୍ୟାସ ।

ସଂସାରର ପଦ୍ମ ପତ୍ରେ

ଢଳଢଳ ଜଳ ବିନ୍ଦୁଟିଏ ତୁମେ

ଭେଦିବନି କେବେ ଭିତରକୁ

ହସୁଥିବି ସଦା ଉପରେ ମନକୁ ବୁଝାଇ

ଥିବାଯାଏଁ ଶେଷ ନିଶ୍ଵାସ ।

ବିଦ୍ୟାଳୟେ ସାଙ୍ଗ ମେଳେ ଖେଳୁଖେଳୁ

ରାଗ ଅଭିମାନ ସବୁ କ୍ଷଣିକେ

ମିଳେଇଯାଏ ଛୁଟିଘଣ୍ଟା ବାଜିଗଲେ

ସବୁଭୁଲି ଆନନ୍ଦେ ଉଠୁ ଆମେ କୁରୁଳି

କାହିଁ ସେ ଅନୁଭବ ତୁମ ଭିତରେ ।

ସଂସାରର ପତ୍ର ଆଢୁଆଳେ

ସରଳ ବହୁରୂପି ଏଣ୍ଡୁଅ ସାଜି

ମୁଣ୍ଡ ଟୁଙ୍ଗାରିବାର କଳା

ଶିଖିଯାଅ ଥରେ , ଦେଖିବ

ବୈରାଗର ଛାଇ ପଡିବନି

କେବେ ତୁମ ଜୀବନରେ ।

ଶଶାଙ୍କ ଶେଖର ରାୟ

ବଟରପଡା ରାଜକନିକା କେନ୍ଦ୍ରାପଡା

ମୋ - ୭୩୭୭୧୯୭୯୯୯


Rate this content
Log in