STORYMIRROR

Prasanta kumar Hota

Others

3  

Prasanta kumar Hota

Others

ବୈଚିତ୍ର୍ୟ ଭାରତ ବର୍ଷ

ବୈଚିତ୍ର୍ୟ ଭାରତ ବର୍ଷ

1 min
371


ଏଇ ଆମ ଦେଶ ଉପ ମହାଦେଶ

ବୈଚିତ୍ର୍ୟ ଭାରତ ବର୍ଷ

ଦେଇଥିଲା ଦିନେ ଜ୍ଞାନାଲୋକ ସିଏ

ଖ୍ୟାତି ଦେଖିଥିଲା ବିଶ୍ୱ


ଆହାରେ ଦୁର୍ଭାଗ୍ୟ ଆସିଲା କେଉଁଠୁ

ନିଜ ହାତେ ନେଉ ବିଷ

କହି ପାରୁନି ସେ କାହାକୁ ବି ଆଜି

ପରାଧୀନ ପରାବେଶ।


ନାହିଁ ନିତି ଆଉ ଚାଲିଛି ଦୁର୍ନୀତି

ଏବେ ଏହି ମହାନିତି

ସବୁଠାରୁ ହୀନ ହେଲାଣି ଯେ ଗତି

ଆମ ଏଇ ରାଜନୀତି।


ପାଇ ମଦ ମାଂସ ହେଲେଣି ରାକ୍ଷସ

ଲାଞ୍ଚ ବ୍ୟଭିଚାର ଧରି

ରହୁନାହିଁ କାର ହିତାହିତ ଜ୍ଞାନ

ଦେହ ଲୋଭ ମୋହେ ନାରୀ


ଏମିତି ଚଳିଲେ ରହିବକି ଆଉ

ଏ ଦେଶ ଆଗାମୀ ଶିଶୁ

ବର୍ତ୍ତମାନ ପିଢୀ ବିପ୍ଳବ ଆଣିଲେ

ପାପ ଯିବ ସିନା ଦେଶୁ।


ନିଜେ ହେବା ଭଲ କରୁଥିବା ଭଲ

ବିଶ୍ଵାସରେ ଦୃଢ ହୋଇ

ସଂକଳ୍ପ କରିବା ରାମରାଜ୍ୟ ପାଇଁ

ନିଲ୍ଲଜ ପଣକୁ ଧୋଇ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍