STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ବୈଚିତ୍ର

ବୈଚିତ୍ର

1 min
154

ଲୁଚିଯିବେ ତାରାପୁଞ୍ଜ ପାହୁ ପାହୁ ରାତି

ପୁନଃ ଫେରି ଆସିବାର ଦେଇ ପ୍ରତିଶ୍ରୁତି 

ଆଲୋକର ଦେଶ କରେ ରାତିର ପ୍ରତୀକ୍ଷା

ଦୁଃଖ ବିନା ସୁଖର କି ହୁଏ ଅନୁଭୂତି !


ଏକା ହିଁ ନକ୍ଷତ୍ର-ରାଜ କରେ ବିଚରଣ

ସ୍ୱଶକ୍ତିରେ ମତ୍ତ ହୋଇ କରେ ତା ଶାସନ 

କ୍ଳାନ୍ତ ଓ ପରାସ୍ତ ହୁଏ ନଇଁ ଗଲେ ସଞ୍ଜ

ନିୟତି ସମ୍ମୁଖେ କିଏ ଧନୀ କି ନିର୍ଦ୍ଧନ!


ଜଳିଯାଏ ଉଲ୍କାପିଣ୍ଡ ଅର୍ଦ୍ଧପଥ ପରେ

ନିଜେ ଜଳି ଜାଳିବାର ଆଶା ତାର ମରେ 

କେହି କେହି ଅଗଣିତେ ରଚେ ଧ୍ଵଂସଲୀଳା

ଜ୍ୱାଳାମୁଖୀ ସ୍ୱପ୍ନ କି କେବେ ଜୀବନ ସଞ୍ଚାରେ !


ଜହ୍ନ ଆସେ ଅବନତ ମୁଖେ ଲାଜେ ଧୀରେ

ସଂଗୃହିତ ମୟୁଖକୁ ବିନୟେ ବିତରେ 

ଛିଡୁ ପୁରୁ ସେଥିପାଇଁ ନଥାଏ ଖାତର

କଳଙ୍କ କି ପ୍ରତିଭାର ସ୍ରୋତ ରୋକି ପାରେ !


ଏମିତି ବୈଚିତ୍ରମୟ ଏ ସଂସାର ରୀତି

ଆରମ୍ଭ ଶେଷର ଚାଲେ ଅଭିନବ ନୀତି 

ସ୍ମୃତି କିନ୍ତୁ ରହିଥାଏ ଦେହ ଥିବା ଯାଏଁ

ଅତୀତ ହିଁ ଭବିଷ୍ୟର ଅଭୁଲା ସମ୍ପତ୍ତି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍