STORYMIRROR

Puspanjali Panda

Others

2  

Puspanjali Panda

Others

ବୈଭବ

ବୈଭବ

1 min
2.9K

ଦୁନିଆରେ ମୋର ତୁ ଆସିବାରୁ

କୁନିକୁନି ପାଦ ଧିରେ ଥାପିବାରୁ

କୁଆଡ଼େ ଉଭେଇ ଗଲା ଅସହଣି ଦୁଃଖ ,

କହିବି କାହିଁକି ଭଗବାନ ମୋର 

ଆଉ ଟିକେ ଲୋଡ଼ା ସୁଖ !


ତତେ ଦେଖି ଝରେ କବିତାର ଶବ୍ବ

ତୋ ମୁହଁରେ କଟେ ସବୁ ଅବସାଦ

ଜୀଇବାର ଅନୁଭବ

ୟା କୁଇ କହନ୍ତି ଧନରେ ତୁ ମୋର

ସକଳ ସୁଖ ବୈଭବ l



Rate this content
Log in