ବାୟୁସେନା ଦିବସ
ବାୟୁସେନା ଦିବସ
1 min
363
ଆଠ ଅକ୍ଟୋବର ବୀରତ୍ୱରେ ଭରା ବାୟୁସେନାର ଦିବସ,
ରାଷ୍ଟ୍ରର ସୁରକ୍ଷା କରନ୍ତି ଏ ବୀରେ ଗୌରବାନ୍ନିତଟି ଦେଶ।୧।
ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି ବିଚ୍ଛନ୍ନାଚଳରୁ ଆମ,
ଶୁଭକାମନାଟି କର୍ମପଥେ ତାଙ୍କ ପ୍ରତ୍ୟକ୍ଷ ହିରୋ ସେ ଆମ।୨।
ଦେଖି ପରାକ୍ରମ ଆକଶ ପଥରେ ମନମୁଗ୍ଧ କରୁଅଛି,
ଶତ୍ରୁ ଦେଶ କମ୍ପେ ଦେଖିଣ ବୀରତ୍ୱ ଦେଶ ହିତେ ସବୁ କିଛି।୩
ରାଷ୍ଟ୍ର ହିତେ ସଦା ସମର୍ପଣ ଭାବ ବଳିଦାନ ରାଷ୍ଟ୍ର ହିତେ
ପଛଘୁଞ୍ଚା ନାହିଁ ତାଙ୍କରି ଜାତକେ କର୍ମଯୋଗୀ ଦେଶ ହିତେ
ଗୁଞ୍ଜୁଛି ବୀରତ୍ୱ ଦେଶ ବିଦେଶରେ ଗୁଞ୍ଜୁଅଛି ପରାକ୍ରମ
ପ୍ରଭୁ ଜଗନ୍ନାଥେ ବିନତି କରୁଛି କର୍ତ୍ତବ୍ୟର ହେଉ ଧାମ।୫।
