STORYMIRROR

Subal Routray

Others

2  

Subal Routray

Others

ବାୟା ବସା

ବାୟା ବସା

1 min
13.3K



****

ବାର ବାର ବସା ଭାଂଗିଛି ବତାସ

ତଥାପି ହାରିନି ବାଇ ଚଢେଇ

ପୁଣି ସେ ଗଢିଛି ରହିବାର ବସା

କାଠିକୁଟା ଆଣି ଥଂଟେ ଗୋଟେଇ !

ସେ କି ହାରି ଜାଣେ

ସେ କି ଡରି ଜାଣେ

ଯେ ରଖିଛି ମନେ ଦଂଭ ଜୁଟେଇ !

ଗଢିବା ଭାଂଗିବା ଭିତରେ ଜୀବନ

ଆଶା ନିରାଶାରେ ରହେ ଗୁଡେଇ

ଜୀଇଁବା ପାଇଁକି କେତେ ଝଡ଼ ଝଂଡା

ଦୃଷ୍ଟାଂତ ତାହାର ବାଇ ଚଢେଇ !

ଛୋଟିଆ ଥଂଟରେ ଭାଂଗି ଦେଇ ପାରେ

ବିରାଟ ଝଡ଼ର ସିଏ ବଡେଇ !

ଭାଂଗିଲେ ଭାଂଗୁ ତା ବସା ଭୟ ନାହିଁ

ପୁଣି ପାରିବ ସେ ବସା ଗଢେଇ !


Rate this content
Log in