STORYMIRROR

Rasmita Dixit

Others

3  

Rasmita Dixit

Others

ବାୟା ବଧୂ ପାଇଁ ଗୀତଟିଏ

ବାୟା ବଧୂ ପାଇଁ ଗୀତଟିଏ

1 min
319

ନୀରବତା ସହ ତୁମ ଅଲିଖିତ ଚୁକ୍ତି

ସୁଖୀ ସଂସାରର ସଫଳ ଚାବିକାଠି

ଝୁଲୁଥାଏ ତୁମ ଅଣ୍ଟାରେ

ଯେମିତି ଯାହା କିଛି ଘଟିଯାଉ

ଭୁମଣ୍ଡଳରେ

ତୁମର ପରବାୟ ନାହିଁ

ତୁମେ ମଗ୍ନ ଥାଅ ତୁମ ଦୁନିଆରେ ।


ବାୟା ବସାଟି ତୁମର ,ଏକାନ୍ତ ନିଜର

ବାୟାବଧୁ ସମ ରାତ୍ରୀ ଉଜାଗର

ପ୍ରୀତି ଜରଜର

ଏ କଣ ତୁମର ଆନୁଗତ୍ୟ?

ନା ଏକନିଷ୍ଠ ପଣ ;

ଯାହାକୁ ମୁଁ ଝୁରୁଥାଏ ଅନୁକ୍ଷଣ ।

ଆଉଁସି ଦେବାକୁ

ଆତ୍ମୀୟତାର ଟିକେ ସ୍ପର୍ଶ ଦେବାକୁ

ଉଷ୍ମ ଆଲିଙ୍ଗନ ରେ ଲୁଚାଇ ଦେବାକୁ

ଅଲରା କେଶ ,ତୁମ ଘର୍ମାକ୍ତ କପାଳ

କେମିତି କେଜାଣି ଅଟକି ଯାଏ

ଫେରିଆସେ କି ଏକ କ୍ଷୁଦ୍ର ପଣରେ

ସିନ୍ଧୁ ଆଗରେ ବିନ୍ଦୁ ପରି

ଅନୁଭବ କରେ

ତୁମ ତ୍ୟାଗ ,ମହନୀୟତା ଆଉ

ଉଦାରତା ପାଖରେ ।


ଇଚ୍ଛା ହୁଏ ଚିତ୍କାର କରି କୁହନ୍ତି ବାରବାର

ସାମ୍ରାଜ୍ଞି ତୁମେ

ତୁମ ହାତ ତିଆରି ବାୟା ବସା

ତାର ଚିତ୍ର ବିଚିତ୍ର ସଂସାର ର,

ଏ ସବୁ ତୁମର , ଏକାନ୍ତ ନିଜର ;

ପାରନ୍ତି କି ଦେଖାଇ

ମୋ ହୃଦୟରେ ଲେଖା ଥିବା

ବିଶ୍ୱସ୍ତ ତିନୋଟି ଶବ୍ଦ

"ମୁଁ ଏକା ତୁମର " ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍