STORYMIRROR

Suresh chandra Padhy

Others

3  

Suresh chandra Padhy

Others

ବାତ୍ୟା

ବାତ୍ୟା

1 min
226

ପବନ ଯେବେ ଆସେ 

ସଭିଙ୍କୁ ଖୁସି ଦେଇଯାଏ

ପବନ ଆମ ଜୀବନ ହୋଇ 

ପାଖେ ପାଖେ ରହିଥାଏ

ହେଲେ ଏଇ ପବନ ଯେବେ ଭୟଙ୍କର ରୂପ ଧରି ଆସେ

ବାତ୍ୟା ହୋଇ ସେ ସବୁଠି ମହାପ୍ରଳୟ ରୂପେ ଧ୍ଵସେ

ବାତ୍ୟା ଯେବେ ଆସେ 

କେତେ ଧନଜୀବନ କରଇ ବିନାଶ

କେତେ ଘର ମାଟିରେ ମିଶି ହୁଏ ସର୍ବନାଶ

ବାତ୍ୟା ଯୋଗୁ କେତେ ଲୋକ ଭୋକିଲା ହୁଅନ୍ତି

ସବୁ କିଛି ହରାଇ ସେ ଆଖିରୁ ଲୁହ ଝରାନ୍ତି

ସମୁଦ୍ର ଅଶାନ୍ତ ହେଲେ ପ୍ରଳୟ ହୋଇ ଆସେ

ଲଘୁଚାପ ଅବପାତ ରୂପ ଧରି ବାତ୍ୟା ହୋଇ ଆସେ

ଆମ ଓଡ଼ିଶାରେ ପ୍ରତି ବର୍ଷ ବାତ୍ୟା ଆସଇ

କେତେ ସୁନାର ସଂସାର ଭାଙ୍ଗି ଦିଅଇ

ବାତ୍ୟା ଆସିଲେ ନିଜ ଜୀବନକୁ ସୁରକ୍ଷା ଦେବା

ଭୟଭୀତ ନହୋଇ ସତର୍କ ହେବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍