ବାତ୍ୟା
ବାତ୍ୟା
1 min
223
ପବନ ଯେବେ ଆସେ
ସଭିଙ୍କୁ ଖୁସି ଦେଇଯାଏ
ପବନ ଆମ ଜୀବନ ହୋଇ
ପାଖେ ପାଖେ ରହିଥାଏ
ହେଲେ ଏଇ ପବନ ଯେବେ ଭୟଙ୍କର ରୂପ ଧରି ଆସେ
ବାତ୍ୟା ହୋଇ ସେ ସବୁଠି ମହାପ୍ରଳୟ ରୂପେ ଧ୍ଵସେ
ବାତ୍ୟା ଯେବେ ଆସେ
କେତେ ଧନଜୀବନ କରଇ ବିନାଶ
କେତେ ଘର ମାଟିରେ ମିଶି ହୁଏ ସର୍ବନାଶ
ବାତ୍ୟା ଯୋଗୁ କେତେ ଲୋକ ଭୋକିଲା ହୁଅନ୍ତି
ସବୁ କିଛି ହରାଇ ସେ ଆଖିରୁ ଲୁହ ଝରାନ୍ତି
ସମୁଦ୍ର ଅଶାନ୍ତ ହେଲେ ପ୍ରଳୟ ହୋଇ ଆସେ
ଲଘୁଚାପ ଅବପାତ ରୂପ ଧରି ବାତ୍ୟା ହୋଇ ଆସେ
ଆମ ଓଡ଼ିଶାରେ ପ୍ରତି ବର୍ଷ ବାତ୍ୟା ଆସଇ
କେତେ ସୁନାର ସଂସାର ଭାଙ୍ଗି ଦିଅଇ
ବାତ୍ୟା ଆସିଲେ ନିଜ ଜୀବନକୁ ସୁରକ୍ଷା ଦେବା
ଭୟଭୀତ ନହୋଇ ସତର୍କ ହେବା
