STORYMIRROR

ZYOTSNA PATRAW

Others

3  

ZYOTSNA PATRAW

Others

ବାତ୍ୟା ଆସିଗଲେ ଖୁସି ମୁଁ ଅଧିକ

ବାତ୍ୟା ଆସିଗଲେ ଖୁସି ମୁଁ ଅଧିକ

1 min
138

ଫନି ହୁଡୁ ହୁଡୁ ତିତିଲି ମଧ୍ୟରେ 

ଲାଗିଥିଲା ଦିନେ ଲଢେଇ 

କିଏ ବଳଶାଳୀ ପ୍ରକୋପ ଅଧିକ 

ଛାନିଆ କରିଛି କନ୍ଦେଇ


ତିତିଲି କହିଲା ମୁଁ ବଡ ଅଟେ 

ଫନି ମୁହଁ ଦେଲା ଶୁଖାଇ 

ହୁଡୁ ଡୁହୁ ଗାଏ ନିଜର ବଡ଼ିମା 

ଯାହା ଥିଲା ସିଏ ଦେଖାଇ 


ତିନିହେଁ ନିଜର ବଡ଼ିମା ଦେଖାଇ 

ଲାଗିଗଲେ ଯେବେ ଲଢେଇ

ଶୁଣୁଥିଲେ ତାକୁ ଅଫିସର ବାବୁ 

କାନ ଟିକେ ଟିକେ ପତେଇ 


କହିଲେ ସଭିଏଁ ବଡ ଅଟତୁମେ 

କେହି ନୁହେଁ ଛୋଟ କା' ଠାରେ 

ଆସିବାରୁ ତୁମେ ଦେଖ ମୋ ଅବସ୍ଥା 

ଧନୀ ମୁଁ ସଭିଙ୍କ ଭିତରେ 


ତୁମେ ଆସିବାରୁ ମୋ ଘରକୁ ପରା 

ଲକ୍ଷ୍ମୀ ଆସିଛନ୍ତି ଦୌଡ଼ି 

ଖାଦ୍ୟ ଆଉ ଟଙ୍କା ରିଲିଫ ଭିତରେ 

ଘରେ ମୋର ଖୁସି ଲହରୀ 


ତୁମେ ଆସିବାରୁ ଟଙ୍କାର ଅଭାବ 

ନାହିଁ ମୋର ଘରେ କା' ପାଶେ 

ବାତ୍ୟା ଆସିଗଲେ ଖୁସି ମୁଁ ଅଧିକ 

ଘରକୁ ଯାଏ ମୁଁ ହରଷେ


ତୁମେ ତ ତିନିହେଁ ମିଶିଯାଇ କେବେ 

କରିବ ତାଣ୍ଡବ ଏଥର 

ଚାହିଁ ମୁଁ ବସିଛି ଅଫିସ ଦୁଆରେ 

ନେବା ପାଇଁ ଧନ ପ୍ରଚୁର


ଚାଲି ଯାଅ ଏବେ ଲାଗନାହିଁ କଳି 

ଅଫିସିର ପିଣ୍ଡା ଦୁଆରେ

ଜାଣିବେ ଜନତା ମୁଁ ଯେ ବଡ ଚୋର 

ବାନ୍ଧି ଦେବେ ମୋତେ ଗଛରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍