STORYMIRROR

Bunee Tripathy

Others

3  

Bunee Tripathy

Others

ବାତ୍ଯା

ବାତ୍ଯା

1 min
368


ତୁ ଆସିବୁ ଆସିବୁ ବୋଲି

   ବାଜୁଥିଲା ହୋରି

   ଡାକବାଜି ଆଉ

   ବେତାର,ଟିଭିରେ

   ଘନଘନ ଖାଲି

   ପ୍ରଚାର ହୋଇଲା

ଆସୁଛି ସେ, ଆସୁଛି ସେ

  ପକ୍ଷ ମେଲାଇ।


ଜଗନ୍ନାଥ ବିଜେସ୍ଥଳୀ ଓଡ଼ିଶା ଭୂଇଁରେ

  ପାଦ ଦେବୁ ବୋଲି ତୁହି

   ପ୍ରସ୍ତୁତ ହୋଇଲେ ସର୍ବେ

   ଅତିଥି ଦେବୋ ଭବୋ ପାଇଁ

   ଧୋଇବାକୁ ଚରଣ ତୋହର

   ମହୋଦଧି ହୋଇଲା ପ୍ରସ୍ତୁତ

   ପୁରୀ ଦେଲା ଚଟାଣ ତାହାର

   ବସିବାକୁ ତୋତେ।


କିନ୍ତୁ ହାଏରେ ଅତିଥି ମୋର

   ଉଗ୍ରରୂପ ଧରି

   ଆସିଲୁ ତୁ ଧାଇଁ

   ଏଡାଇ ଦେଲୁ ତୁ

   ଆମ ଭବ୍ଯ ଅଭ୍ଯର୍ଥନା

   ପଦାଘାତ କଲୁ

   ଜଗନ୍ନାଥପ୍ରେମିଙ୍କ ଚେତନା

   ଧୂଳିସାତ କଲୁ

   ନିମିଷକେ ଆମ

       ସ୍ବପ୍ନର ଦୁନିଆଁ।


ଝାଳବୁହା ଧନ ଆମ

   ହେଲା ଭୂମିପାତ

    ଉପୁଡିଲା ଗଛ ଆଉ

    ଉଡିଲା ଚାଳଛପର

    ବାସହୀନ,ଜଳହୀନ

    ଖାଦ୍ଯହୀନ ହେଲେ

    ଲକ୍ଷଲକ୍ଷ ପଶୁ ଓ ମାନବ

    କିଦୋଷ କରିଥିଲେ

    ଓଡିଶାବାସୀ

    କାହିଁକି ଦଣ୍ଡିଲୁ ତାଙ୍କୁ

        ଦେଇ ତୋର କୋପଦୃଷ୍ଟି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍