STORYMIRROR

Anjana Naik,Anju..Deogarh

Others

3  

Anjana Naik,Anju..Deogarh

Others

ବାଟୋଇ

ବାଟୋଇ

1 min
171

ବ୍ୟସ୍ତ ଜୀବନର ଗଳିରେ

ମୁଁ ଅନାମଧେୟ ବାଟୋଇ 

ଅବିଶ୍ରାନ୍ତ ଚ଼ାଲୁଅଛି ଦିବାଲୋକେ

ଦିଗବଳୟ ପଥେ ଏକାଏକା 

ଜୀବନର ବାସ୍ତବତା ସନ୍ଧାନେ 

ସ୍ବପ୍ନିଳ ଆଖିରେ ଆକାଶ ତଳେ

ଅସ୍ତଗାମୀ ସୂର୍ଯ୍ୟର ଲାଲୀମାକୁ ନେଇ ।


କାହିଁ କେତେଦୂର ଲକ୍ଷ ସ୍ଥଳ ମୋର 

ବୟସର ଦୋ ଛକିରେ 

ଦ୍ବନ୍ଦ୍ବ ରେ ଠିଆ ମୁଁ କେବେଠୁଁ 

ଜଞ୍ଜାଳର ଭାର ବୋହି ବୋହି

କିଛି ପାଇବାର, କିଛି ହାରିବାର

ଅଗଣିତ ଭାବନାରେ ସିକ୍ତ ଅବିରତ

ମୋ ପିଆସୀ ନୟନ 

ଚ଼ାହେଁ ଜୁଳୁଜୁଳୁ କର୍ମ କ୍ଷାନ୍ତ ହୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍