STORYMIRROR

pratap nayak

Others

3  

pratap nayak

Others

ବାଟୋଇ

ବାଟୋଇ

1 min
13.1K


ପ୍ରତାପ ନାୟକ

୭୦୦୮୦୫୪୨୮୨


କହିବନି ବୋଲି କହିଲ ବୋଲିକି

ବାଧ୍ୟ ଆଉ କଲିନାହିଁ....

ପର ଘରେ ଯାଇ ସଂଜ ଦେଲ ତୁମେ ଅବ୍ୟକ୍ତ କଥା ଲୁଚାଇ....

ଏମିତି କାହିଁକି ହୁଏ.....

ମୋ' ଚିଜ ଟିକୁ ଆଉ କିଏ ନିଏ ....

ଅନ୍ୟ କା' ଚିଜକୁ ଅତି ସରାଗରେ

ମୁଁ ମୋର ଭାବି ମୋ ଘରେ ପୁଣି

ଯତନେ ସଜେଇ ଥାଏ.....


ଆହାର ବିହାର ନିତ୍ୟ ମୈଥୁନରେ

ଦିନ ଯାକ ଯାଏ ସରି.....

ଅଭାବ କଷଣ ଦୁଃଖ ଦାରିଦ୍ର୍ୟତା

ସବୁ ରହିଥାଏ ଭରି......


ମନ ତଳ ଦାଗ ମନେ ରହିଯାଏ

ଉଖାରି ହୁଏନି ସେହୁ......

ବାଟେ ଦେଖାହେଲେ ପୁରୁଣା ଭାବନା

ଉଜାଣି ବହେନା ଆଉ......


ସମୟର ନଈ ପାର ହୋଇଯାଉ

ଯିଏ ଯା'ର ଯେଝା ମତେ......

ଜୀବନର ବାଟେ ଅଟନ୍ତି ବାଟୋଇ

ଭାଳିଥାଆନ୍ତି ସମସ୍ତେ......


Rate this content
Log in