ବାଟବଣା ପଥିକ
ବାଟବଣା ପଥିକ
1 min
275
ଏମିତି ତ ହେବାର ନଥିଲା
ବାଟବଣା ପଥିକର ଠିକଣା ଖୋଜୁଛି ଜହ୍ନ
କାଳି ଜହ୍ନ ପୁଣି କାଳିଛାଇର
ଚୋରା ପିରତୀର ସ୍ପର୍ଶରେ ପଡିଛି ସେ
କିନ୍ତୁ ଠେଲି ନେଲାଣି ପଉଷି ହେମାଳ
ଜଡସଡ ଯେତେବେଳେ ଜାକିଜୁକି ବୃଖ୍ୟମାନେ
ଜୋଛନା ପ୍ରେମରେ କଇଁ ପୋଖରୀ
ପହଁରନ୍ତି ଥାଳିିଭଳି ବରଫ ପାଣିରେ
ତା ପାଖୁଡା ତଳୁ ପତ୍ରମାନେ
ଅଫୁରନ୍ତ ଆଗ୍ନେୟଗିରୀ ଲାର୍ଭାର ଉତ୍ତାପ
ଛାତିରେ ଛାତିଏ
ପଥିକ ବି ଗଛମୂଳେ
ବାଟବଣା କରୁଛି ମାଇଛାଇ ତାକୁ ପତର ସନ୍ଧିରୁ
ଏମିତି ତ ହେବାର ନଥିଲା
ଫୁଲେଇ ଜହ୍ନ ଆଉ ଭରା ଆକାଶ ବଉଦର ଲଚକାଳି ଖେଳରେ
ହରଡ ଘଣାରେ ବାଟବଣା ପଥିକ
ଜଡବତ୍ ପିଉଛି ହେମାଳ ଭରି ଛାତିରେ ଛାତିଏ ଉତ୍ତାପ
-7008054282
