STORYMIRROR

subrat kumar jena

Others

3  

subrat kumar jena

Others

ବାତ୍ତାୟନ ପଥେ

ବାତ୍ତାୟନ ପଥେ

1 min
445


ଯାଉଥିଲି ଦିନେ ରାଜ ପଥ ଦେଇ
ଧିରେ ଅଳସି ଜନ୍ହ ଆସୁଥିଲା ନଇଁ
ହଠାତ୍ ଭେଟିଲା ପିଲାଟିଏ ଆସି
ପଚାରିଲା ପ୍ରଶ୍ନଟିଏ ସାମାନ୍ୟ ହସିଦେଇ....1
ଗରିବ ଘରରେ ଜନ୍ମ ନେବା କଣ
ମୋ ପାଇଁ ଭାଗ୍ୟର ବଡ଼ ବିଡମ୍ବନା
ଭୋକ ଶୋଷ ପରି ଅନେକ କ୍ଲେଷ
ହୁଅନ୍ତି ନୀତି ତା ସହ ସାମ୍ନା....2
ଅକାଳେ ଦଇବ ସାଜିଛି ବଇରୀ
ଭାଙ୍ଗିଛି ମୋ ଛୋଟ ଘର
ଉଡ଼ାଇ ନେଇଛି ମୋ ଚାଳରୁ ଛପର
ନିଜ ଲୋକେ କରିଛନ୍ତି ମୋତେ ପର....3
ଭୋକ ଶୋଷେ ରହି କରିଥିଲି କାମ
ଭରିବାକୁ ପେଟ ଭୋକ
କାମ ସରିଗଲେ ମିଳୁନି ପାଉଣା
ଶୋଷଣ କରନ୍ତି ଦୁନିଆ ଲୋକ....4
କହିଲି ବୁଝାଇ ଶୁଣରେ ବାବୁ
ତୋର ନାହିଁ କିଛି ଦୋଷ
ସ୍ୱାର୍ଥପର ଏଇ ସମାଜରେ ଆଜି
ସହଜେ ମେଣ୍ଟେନି କାହାରି ଶୋଷ....5
ଅବା ପଛଜନ୍ମରେ କରିଥିଲୁ ବୋଧେ
ତୁହି କିଛି ଖରାପ କର୍ମ
ପୂର୍ବ ଜନ୍ମର ଋଣ ହୋଇନି ଭରଣା
ଏ ଜନ୍ମରେ ତୋଠୁ ଭରଣା କରୁଛି ଧର୍ମ....6
କଣ ବୁଝିଲା କି ପାରିଲାନି ବୁଝି
ଉପରକୁ ଚାହିଁ ହସି ଦେଲା ଯୋରକରି
ଧର୍ମ ଅଧର୍ମ, ପାପ ପୁଣ୍ୟର ବୋଝ
ତା ବାଳୁତ ହୃଦୟେ ଭରିଲିକି ମୁଁ ଜୋର୍ କରି....7
ସୁବ୍ରତ ଜେନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍