STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ବାଟ

ବାଟ

1 min
95


କାହା ବାଟକୁ ଅନେଇ ନିଆଳି, 

ପଡୁନି ପତା ପଲକ,

କିଏସେ କନ୍ଦର୍ପ ଅଦେଖା ଦେଉଛି,

ଦିଅନ୍ତା କି ଯେ ଝଲକ ll


ଧଡ୍ ଧଡ୍ ଆଜି ଛାତି ଭିତର ଟା,

ଛନ୍ ଛନ୍ କିଆଁ ମନ

ବହୁ ଦିନ ପରେ ଆସିବେ ସଙ୍ଗାତ,

ମୋ ଜୀବନ ପ୍ରାଣ ଧନ ll


ରାନ୍ଧି ଖୁଆଇବି,ନାନା ବ୍ୟଞ୍ଜନ,

ମାଖୀ ଥିବି ସିଂଥି ଫୁଲ

ସହେ ଜନ୍ମର ପୀରତି ବାଢିବି,

ଗଡ଼ାଇ ଦେବି ନି ବେଳ ll


ନିଶିଶେଷ ଯାଇଁ କଳ୍ପେ ଗପ ଗପି,

ବାନ୍ଧି ଥିବି ବାହୁ ଛନ୍ଦେ

ହୃଦୟ ହୃଦୟେ ଚାପି ଧରିଥିବି,

ଶ୍ୱାସେ ଭରି ବାଶ ଗନ୍ଧେ ll


ସାରା ଧରା ମଧ୍ୟେ ଶ୍ରେଷ୍ଟ ମୋ ଭାବୁକ,

ହୃଦୟ କନ୍ଦର୍ପ ମୋର

ସେଇଥି ପାଇଁ ତ ଆପେକ୍ଷି ବସିଛି,

ଆସିବା ବାଟକୁ ତାର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍