STORYMIRROR

Prasanta kumar Hota

Others

2  

Prasanta kumar Hota

Others

ବାଟ ମୁଁ ଦେଖୁଛି ନିତି ଦିନ ତୋତେ

ବାଟ ମୁଁ ଦେଖୁଛି ନିତି ଦିନ ତୋତେ

1 min
832


ବାଟ ମୁଁ ଦେଖୁଛି ନିତି ଦିନ ତୋତେ

ବୟସ ଯାଉଛି ଘୁଞ୍ଚି

ମୋ ଜୀବନ ନିଶ୍ଚେ ତୁଛ ପଡିଯିବ

ରହିଯିବି ପ୍ରଶ୍ନବାଚୀ


ହେବ ବୋଲି ପତ୍ନୀ ପ୍ରେମିକା ସଜନୀ

କେତେ ମୁଁ ଅପେକ୍ଷା କରେ

ଅନାଇ ରହିଛି ଆସିବକି ତମେ

ରହିଯିବ ହୃଦୟରେ।


ତୁମରି ଆଶାର ଆଲୋକରେ ମୁଁ ତ

ଯିବିନାହିଁ କେବେ ହାରି

ଅନ୍ଧାର ଆଡେଇ ଆଲୋକ ଦେଖୁଛି

କଷଣ କାନ୍ତାରୁ କାଢି


କେତେ ପ୍ରୀତି କଥା ଦେଇଛ ଅଜାଡି

ଦେଇ ନାହଁ କେବେ ଦୁଃଖ

ମୋ ତୁଛ ଘରକୁ ମନ୍ଦିର କରିବ

ଆଣିଦେବ ମୋତେ ସୁଖ


ମୋ ଘର ଦୁଆର ହେବ ସେ ମନ୍ଦିର

ତୁମ ପ୍ରୀତି ଥାଳ ଧରି

ମାନସେ ରଖିଛି ତୁମ ପ୍ରତିଛବି

ଦେବି ନାହିଁ ଅପସରି


ତୋର ହାତ ଧରି ଚାଲୁଥିବି ବାଟ

ହେବିନାହିଁ କେବେ କ୍ଳାନ୍ତ

ଆହା କେତେ ସୁଖ ଧରିବାକୁ ହାତ

ଜୀବନ ପଥେ ଦାମ୍ପତ୍ୟ।


ମୋ ଜୀବନ ଅର୍ଥ କରିବି ସାର୍ଥକ

ତୁମ ପାଇଁ ଏଜୀବନ

ତୁମ ପ୍ରୀତି ସ୍ପର୍ଶ ହୃଦୟର ହର୍ଷ

ପାଇଲେ ହେବି ମୁଁ ଧନ୍ୟ


ନିଜକୁ ସମର୍ପି ଦେଉଛି ତୁମକୁ

ହେବି ବୋଲି ତୁମ ହାର

ଦେବି ନାହିଁ ଦୁଃଖ ନିଃସଙ୍ଗତା ରୁଖ

ଦେଉଥିବି ସଙ୍ଗ ତୋର


ପ୍ରଶାନ୍ତ କୁମାର ହୋତା


Rate this content
Log in