STORYMIRROR

Sabita Nayak

Others

3  

Sabita Nayak

Others

ବାଟ ଦେଖାଉଛି କରୋନା

ବାଟ ଦେଖାଉଛି କରୋନା

1 min
191

କରୋନାରେ କରୋନା

କରୋନାରେ କରୋନା

ବାଟହୁଡି ଯାଇଛି 

 ମଣିଷ ଜାତିଟା 

ତୁ ତ ଦେଖାଉଛୁ 

 ତା ନିଜ ଠିକଣା ।।

ସ୍ୱାର୍ଥ ପାଇଁ ମଣିଷଟା 

 ପଶୁ ପାଲଟେ ।

ଦୟାମାୟା ସତେ ଅବା 

 ତୁଛ ଶବ୍ଦଟେ ।।

ଜୀବିତ ଜନ୍ତୁଙ୍କୁ କରେ 

 ଗୋଟା ଆହାର 

କାନକୁ ତା ଶୁଭେନାହିଁ

 ଆର୍ତ୍ତ ଚିତ୍କାର ।।

ହୋଇଛି ବିଚାର 

ମଣିଷ କର୍ମର

ଆସିଛି କରୋନା

 କିମ୍ପା ତୁମେ ଡର ।।

ଭିତର ସ୍ୱଛତା 

 ବାହାର ସ୍ୱଛତା

ହୃଦୟରେ ଭକ୍ତି 

 ଆଧ୍ୟାତ୍ମିକ ଚିନ୍ତା ।।

କରମର୍ଦ୍ଦନ ଛାଡି 

 କର ଦଣ୍ଡବତ 

ପଢୁଥିବା ନିତ୍ୟ

 ଗୀତା ଭାଗବତ ।।

ଭାରତ ବିଶ୍ୱଗୁରୁ 

 ରହିଛି ରହିବ 

ଭାରତୀୟ ଭାବେ

 କର ସର୍ବେ ଗର୍ବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍