ବାତ୍ସଲ୍ୟ ମମତା
ବାତ୍ସଲ୍ୟ ମମତା
1 min
127
ବାତ୍ସଲ୍ୟ ମମତା ମାଆ ସ୍ନେହ ପରସ
ସନ୍ତାନ ଲଭଇ ଶକତି ଅଶେଷ।
ସନ୍ତାନ ସେ ପରା ନୟନ ତାରାଟି
ମାଆ ଜୀବ ଜୀବନ ପରାଣ ଧାରାଟି।
ଅମୃତ ଝରଣା ତା ହୃଦୟୁ ଝରଇ
ଅଜର ଅମର ହେବୁ ତାହାକୁ ପିଇ।
ହୀରା ନୀଳା ମୋତି ମାଣିକର ଜ୍ୟୋତି
ଲାବଣ୍ୟ ନିଧିତୁ ଅପୂର୍ବ ମୂରତି।
ମା ପୀରତି ଆଦର ସରଗ ସମାନ
ସେ ପୀରତିରେ ନାହିଁ ଭିନ୍ନ ଅଭିନ୍ନ।
