STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ବାତାୟନ

ବାତାୟନ

1 min
300

ଦୁରେ ରହିଲେବି, ପ୍ରିୟାର ଶରୀର,

ତା ହୃଦୟ ତ' ମୋ ପଶେ ଅଛି,

ତା ଅଙ୍ଗ ପରଶ: ବାସ ମହକଇ,

ସେଥିରେ ସନ୍ଦେହ ନାହିଁ ମୋ କଛି ll


କେବଳ ସ୍ମୃତି ତା ହୁଏ ଉଜାଗର,

ସୟନେ,ଦିବଶେ ଭ୍ରମଣ ବେଳେ,

ବାତାୟନ ଭେଦି ପ୍ରଭଞ୍ଜନ ଆସି,

ବାସ ଭରିଦିଏ ଭାବର ଡୋଳେ ll


ଅନ୍ଧାରି ମାୟା ଅମାବାସ୍ୟା ସିନା,

ଝାପ୍ସା ହେଲେ ବି ପ୍ରିୟାର ମୁଖ,

ଧୂଆଁଳିଆ ସ୍ମୃତି ଆତ୍ମାକୁ ଝାଂକେ,

ସତେକି ସେ ଆସି ବସିଛି ପାଖ ll


ଲହୁ ର କଣିକା, କଣିକା' ତାହାର,

ଭାଵ ତା ବିଚିତ୍ର ପ୍ରେମ ବେଭାର,

କାମିନୀ,ମୋହିନୀ,ତନ୍ଦ୍ରାନନି ମୋର,

ତା ଭାବରେ ଭୋଳି କରେ ଅଧିର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍