ବାସ୍ତବତା
ବାସ୍ତବତା
ଶିତୁଆ ସକାଳର
କାକର ଭିଜା ରାସ୍ତାରେ
ଚାଲୁଛି ମୁଁ ଏକା ଏକା,
ଚିନ୍ତା ଚୈତନ୍ୟକୁ ସାଥୀ କରି
ଗୁଣୀ ହୁଏ ମନେ ସମୟର ଧୋକା ।
ଦୂର ଦୁରାନ୍ତରେ ଘନାତ୍ମକ କୁହୁଡ଼ି
ଦୃଶ୍ୟ ଆଚ୍ଛାଦିତ ଅଦୃଶ୍ଯ ବାହୁରେ
ଠିକ୍ ଯେପରି ମୋର ଭାଗ୍ୟ-ଖେଚ଼ୁଡ଼ି,
କଞ୍ଚୁକିର ଭାବନାରେ କ୍ଷତ ବିକ୍ଷତ ଆତ୍ମା
ଖୋଜେ ଭବିଷ୍ୟତ ଶିଡ଼ି ।
ଘରେ ମୋର ଚାରି ପ୍ରାଣୀ କୁଟୁମ୍ବ
ପେଟେ ଦେବାକୁ ନାହିଁ ଦାନା
କେମିତି ବଞ୍ଚିବେ ସବୁ ଭୁଖେ ଏକା,
କରୋନା ସାଜିଛି ଦାଉ
ମନା-ଅଫିସ୍, ମନରେ ଦକା ।
ଦରମାକୁ କେମିତି କରିବି ମୁଁ ଆଶା
ନାଁ ଅଛି ରାସନ୍ କାର୍ଡ଼
ନାଁ ଅଛି ମୋର ବି .ପି .ଏଲ୍. ସଖା
କେଉଁଠୁ ଆଣିବି ମୁଁ ପଇସା
ଘର ମାଲିକ ତୁଟାଏ ଭରସା
ଘର ଭଡ଼ା ମୁଁ ଦେଇ ପାରେନା
ସବୁ ଥିରେ ଖାଲି ଦରକାର ଟଙ୍କା ଆଉ ଟଙ୍କା,
ଘରେ ମୋର ରୋଗୀଣା ମାଆ
ପାସେ ନାହିଁ ଟଙ୍କାଟେ ନେବାକୁ ଡାକ୍ତରଖାନା
ଜୀବନ ଯନ୍ତ୍ରଣା ଦିଏ ନିତି ଶଙ୍କା ।
ନିବୃତ୍ତ କକ୍ଷ ଆଜି ଅନ୍ଧକାର
ପିଶାଚ଼ର ବିକୃତ ଚିନ୍ତାରେ
ମଣିଷ ହୁଏ ହତାଦର,
ପ୍ରକୃତି ପୁରୁଷ ଦିଅ ବାସ୍ତବତା
ଖୋଜୁଛି ଶାନ୍ତି ପ୍ରୀତି ନୀହାର l
