ବାସନା ମନ ଓ ହୃଦୟର
ବାସନା ମନ ଓ ହୃଦୟର
1 min
346
ଗୋଲାପ ସତରେ କି ବାସନା
ତୁମେ ବୋଧେ କର ଆନମନା
ତୁମେ କଣ୍ଟକ ରହିତ ଫୁଲଟିଏ
ପ୍ରେମିକ ମନର ଭାବଟିଏ
ସତରେ ତୁମରି ଦିଗନ୍ତ ବ୍ୟାପି
ତୁମ ଲାଗି ଚିରନ୍ତନ ସତ୍ୟସାକ୍ଷୀ
ଭଅଁର ମନର କ୍ଷୁଧା ପାଇଁ
ମହୁତକ ଶୋଷି ସଞ୍ଚିବା ନେଇ
ସତ ସତିକା ପ୍ରେମରେ
ମିଛ ମିଛିକା କାହାଣୀରେ
ତୁମେ ଯାଅ ଲାଜେଇ
କଥା ରହେ ଅଧା କି ଅବୁଝେଇ
ଲୋଭ ତୁମରି ପାଖୁଡାରେ
ତୁମେ ସତରେ ସ୍ତବକଟି ସୁନ୍ଦରେ
ଶୋଭା ପାଇଁ ପ୍ରେମିକାର ଗଭାରେ
କେଶଗୁଡା ପାଗଳ ପ୍ରେମୀ ମୁଖରେ
