ବାରଟି ମାସ
ବାରଟି ମାସ
ବର୍ଷକ ଭିତରେ ବାରଟି ମାସ
ଶୁଣ କହୁଛି ସାନ ଭାଉଜ
ବୈଶାଖ, ଜ୍ୟେଷ୍ଠରେ ଟାଣ ଖରା
ଚାରିଆଡେ ଭୁଇଁ ଦିଶେ ଟାଙ୍ଗରା
ଆଷାଢ଼ ମାସରେ ଧୀରେ ଵରଷା
ଚାରିଆଡ଼ ହସେ ଶ୍ୟାମଳ ଲତା
ଶ୍ରାବଣ ମାସରେ, ଧାରା ଶ୍ରାବଣ
ମେଘ ବହୁ ଥାଏ ଘନ, ଘନ
ଭାଦ୍ରବ ମାସରେ ଖୁଦୁରୁକୁଣୀ ଝିଅଙ୍କ
ମନରେ ଖୁସି ଆଣେ ପୁଣି
ଆଶ୍ୱିନ ମାସରେ ଦଶହରା ପୂଜା
ସହରରେ ଲାଗେ ବହୁତ ମଜା
କାର୍ତ୍ତିକ ମାସରେ ବୋଇତ ଭସା
ପୋଖରୀ ନଦୀକୁ ଦେଖି ଲାଗଇ ମଜା
କଦଳୀ, ମଞ୍ଜାରେ ଡ଼ଙ୍ଗା କରନ୍ତି
ଆନନ୍ଦ ମନରେ ନେଇ ଭସାନ୍ତି
ମାର୍ଗଶୀର ମାସେ ଲାଗଇ
ଶୀତ
ଧାନ ବିଲେ ଚଷା ଗାଉଛି ଗୀତ
ଘରଦ୍ୱାର, ଲିପାପୋଛା ହୁଅଇ
ଦାଣ୍ଡେ, ଦାଣ୍ଡେ ଝୋଟି ଦିଆ ହୁଅଇ
ସେହି ମାସେ ହୁଏ ଲକ୍ଷ୍ମୀଙ୍କ ପୂଜା
ପିଠା ଖାଇବାକୁ ଲାଗଇ ମଜା
ପୌଷ ମାସରେ ଥଣ୍ଡା ପବନ
ବାଜିଲେ ଦେହରେ ଚହଲେ ମନ
ମାଘ ମାସର ମକର ସଂକ୍ରାନ୍ତି
ପିଲାଏ ଖୁସିରେ ଗୁଡ଼ି ଉଡ଼ାନ୍ତି
ଫଗୁଣ ମାସରେ ଦୋଳ ପୁନେଇଁ
ଭାବିଲେ ମନକୁ ଯାଉଛି ଛୁଇଁ
ଭଳି, ଭଳି ହୋଇ ରଙ୍ଗ ଖେଳନ୍ତି
ମନ ଇଛାରେ କେତେ ବୁଲନ୍ତି
ଚୈତ୍ର ମାସରେ ଝାମୁ ଯାତରା
ଗାଁ ରେ ବିତଇ ଦିନଟା ସାରା
ଏହିପରି ହେଲା ବାରଟି ମାସ
ଆମକୁ ଦିଏ ସେ ଖୁସି ବୋହୁତ ।