STORYMIRROR

ବିଜୟ କୁମାର ନାୟକ

Others

3  

ବିଜୟ କୁମାର ନାୟକ

Others

ବାରବଧୂ......

ବାରବଧୂ......

1 min
209

ବାରବଧୂ.....


ତୁମ ଭାଷାରେ, ତୁମ ଆଖିରେ, 

ପ୍ରମାଣିତ, ଜର୍ଜରିତ,

ସତୀତ୍ଵ କୁ ଉପେକ୍ଷିତା , କଳଙ୍କିନି,

କଳୁଷିତ ଏ ତନୁ ଓ ମନ...


ନିର୍ଜନ ନିଶିଥ ପହରେ,

ଲକ୍ଷ ଅଲକ୍ଷରେ, ମୁଁ କାଳେ

ଅଣଦେଖା ରେ ଲୁଚି ଲୁଚି

ସାଉଁଟେ ମୁଁ ଦୁର୍ବାର ସାନିଧ୍ୟ...


ନାୟିକା ମୁଁ ଭିନ୍ନ , ଭ୍ରଷ୍ଟ ,

ବାହୁଲ୍ୟ ମୋ ସ୍ନିଗ୍ଧତା,

ସ୍ନେହ, ଶ୍ରଦ୍ଧା ଆଢୁଆଳରେ

ପୌରୁଷ ର ଉଷ୍ଣ ତାତି

ବିନା ଡହଳ ବିକଳ,

ଆତୁର ମୋ ମନ...


ଲଜ୍ୟାଶୀଳା, ଶିଷ୍ଟତା ର 

ସୀମା ଲଂଘେ, କୁଳ ପାଇଁ

ମୁଁ ପରିପନ୍ଥୀ, ତେଜ୍ୟା ମୋର

ମୋର ଆଚାର ବିଚାର......


ନଗ୍ନତା ର ପାଦଦେଶେ ଦଣ୍ଡାୟ ମୁଁ

ଅଙ୍ଗଭଙ୍ଗୀ ରେ ନିପୁଣା, 

ଅଶ୍ଳୀଳ ଇଙ୍ଗିତ ରେ ସିଦ୍ଧହସ୍ତା

ମୋର ପ୍ରତି ଟି ନଜର.....


ଲାଳାୟିତ ,ମନେ ମୋର

ଫୁଟେ କାମନା ର ଅସୁମାରି 

ଶତଦଳ, ରତିକ୍ଲାନ୍ତ ଦେହରେ

ମୋ ସ୍ଵେଦସିକ୍ତ ଅହେତୁକ

ଆଳସ୍ୟ.......


ସହସ୍ର କାମବୀର ସନ୍ତରଣ

ମୋ ସାନିଧ୍ୟ ଜୁଆରେ,

ଶୃଙ୍ଗାର ର ରସ ରାସେ

ପରିଚର୍ଯ୍ୟା, କରିବାକୁ

ଇପ୍ସିତ ମୋ ପ୍ରତିଟି,

ହାସ୍ୟ କାମବାଣ......


 ପ୍ରବଞ୍ଚନା ପ୍ରୀତିପ୍ରିୟା,

ସର୍ବୋପରି ଗଣିକା ମୁଁ 

ନିତି ଗଣେ, ରାତ୍ରୀ ମଧ୍ୟେ

ଅଗଣିତ କାମୁକ ପ୍ରବୀର...


ମୁଁ କହିବି ମୁଁ ନୁହଁ ଭାବନା

ଚକ୍ରର, ଭ୍ରାନ୍ତ ଭ୍ରମେ କଦର୍ଯ୍ୟ

ମାନସିକତା ର ତୁମେ ଏକ,

ଭ୍ରମିତ ଭାସ୍କର....


ପବିତ୍ର ସ୍ୱଚ୍ଛ ପ୍ରତିବିମ୍ବ, ଖାଲି

ଦର୍ପଣର, ଯେମନ୍ତ ଯେ 

ଦେଖିପାରେ, ଦୃଶ୍ୟାବଲୋକନେ

ନାହିଁ କିଛି କହିବାର...।


ମହନୀୟତାର ମମତ୍ଵ ବର୍ଣ୍ଣନେ

କଳଙ୍କିତ, ମୋ ଚରିତ୍ରର

ପ୍ରତିଟି ଅଧ୍ୟାୟ, ତଥାପି ମୁଁ ନାରୀ,

ସର୍ବଂସହା, ଅଟଳ, ମୋ ନିଷ୍ପତି,

ଲୋଡୁନି ମୁଁ କୁତ୍ସିତ ର 

କଟାକ୍ଷ ବିବୃତି।। ବିଜୟ।।



Rate this content
Log in