Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

★ ବାପାଟିଏ ★

★ ବାପାଟିଏ ★

1 min
13.2K



ଜରୁରୀ ପଡେନି ଆଉ ମୋତେ ,

ବାପାଙ୍କ ପାଲଟା କାମିଜ୍ !

ହ୍ୟାଙ୍ଗରରେ ଟାଙ୍ଗି , ମୁହଁ ଧୋଉଧୋଉ ,

ସବୁଯାକ ଖୁଚୁରା ଚୋରୀ କରିନେବା ,

ଜରୁରୀ ପଡେନି ଆଉ !!!

ଜରୁରୀ ପଡେନି ଆଉ ମୋତେ ,

ବାପାଙ୍କ ସାରାରାତି ଅନିଦ୍ରା !

ଜ୍ୱରରେ କମ୍ପୁଥିଲା ବେଳେ ମୁଁ,

ଥରଥର ଆସି ତାତି ମାପୁଥିବା ,

ଜରୁରୀ ପଡେନି ଆଉ !!!

ଜରୁରୀ ପଡେନି ଆଉ ମୋତେ ,

ବାପାଙ୍କ ମଜବୁତ୍ ଦୁଇହାତ !

ମୋ' ଟଳମଳ ସାଇକେଲ୍ କ୍ୟାରିଅର ପଛେ ,

'ଚଲାଚଲା କିଛିହେବନି ' କହି ଛାଡିଦବା ,

ଜରୁରୀ ପଡେନି ଆଉ !!!

ଏବେ ତ ମୁଁ ବଡ ହୋଇଗଲି ।

ଶହେକିମି ବେଗରେ ଗାଡି ଦୌଡାଇବାହେଉ କି,

ନିଜେ ନିଜ ଦେହପାଇଁ ତାତି ମାପିନେବାହେଉ ।

ଜରୁରୀ ପଡନ୍ତିନି ଏବେ ବାପା ଆଉ ।

ଏବେ ମୁଁ ବଡ ହୋଇଗଲି ,

ଏବେ ମୁଁ ବାପା ହୋଇଗଲି ।

ଫରକ୍ ଟା ଖାଲି , ବୁଝିଗଲି ଯାହା ,

ବାପାଟିଏ ଘରକୁ ଫେରିଲାବେଳେ ,

ବାଟରୁ ଟଙ୍କା ଭାଙ୍ଗି ,

ଖୁଚୁରା ମେଞ୍ଚାଏ କରିଆଣିବାରେ କି'ଥାଏ ରହସ୍ୟ !!!

ସତତ ଏୟାବି ଯେ ,

ମୁଁ ବାପା ହେଇଯିବା ସ୍ୱତ୍ତେ ,

ମୋପରି ସବୁ ସନ୍ତାନକୁ ,

କାଳେକାଳେ ଜରୁରୀ ପଡୁଥାଏ ,

ବାପାଟିଏ , ବାପାଟିଏ , ଖାଲି ବାପାଟିଏ !!!!

@ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର

ବିଶ୍ୱ ପିତୃ ଦିବସ ପାଇଁ




Rate this content
Log in