STORYMIRROR

Mrunmayee Behera

Others

3  

Mrunmayee Behera

Others

ବାପା

ବାପା

1 min
230


ପ୍ରତିଧ୍ୱନୀ ଶୁଭେ ହୃଦୟ ଗହ୍ୱରେ

ବାପା ଶବ୍ଦ ବାରମ୍ବାର,

ବିଳାପିତ ମନ ବୁଝେନା କାହିଁକି

ଫେରିବେନି ବାପା ମୋର ।।


ଜୀବନର ଶେଷ ଯୁଦ୍ଧ ଲଢ଼ିଥିଲେ

ମୃତ୍ୟୁର ହୋଇଲା ଜୟ,

ତଥାପି ଅନ୍ତିମ କ୍ଷଣଯାଏଁ ବାପା

ନ ମାନିଲେ ପରାଜୟ ।।


ଜୀବନର ଯେତେ ଘାତ ପ୍ରତିଘାତ

ସବୁ କରିଥିଲ ହେୟ,

ଦୁଃଖସୁଖ ସବୁ ସମ ପ୍ରାୟ ମଣି

ଆଜୀବନ ସତ୍ୟମୟ ।।


ଧର୍ମ,କର୍ତ୍ତବ୍ୟର ସାକ୍ଷାତ ସ୍ଵରୂପ

ହୃଦେ ନାହିଁ ଅଭିମାନ,

ନିର୍ମଳ ମନରେ ନାହିଁ ରାଗ ଦ୍ୱେଷ

ନ ଲୋଡିଲେ ଯଶ ମାନ ।।


ବାପା ଶବ୍ଦ ମୋର ସମୟ ଗର୍ତ୍ତରେ

କାହିଁ ହୋଇଗଲା ଲୀନ, 

ତଥାପି ଅନ୍ତିମ କ୍ଷଣ ଯାଏଁ ବାପା

ସ୍ମୃତି ଧାରେ ବିଦ୍ୟମାନ।।


ତୁମରି ସଂସ୍କାର ରକ୍ତବିନ୍ଦୁ ସହ

ଶରୀରେ ମୋ ପ୍ରଭାହିତ,

ଆଜୀବନ ବାପା ତୁମେ ମୋର ଶକ୍ତି

ଅଲିଭା ଶିଖା ପ୍ରଦୀପ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍