STORYMIRROR

Niranjan Mishra

Others

3  

Niranjan Mishra

Others

ବାପା

ବାପା

1 min
172

(୧)

(ଧୃତରାଷ୍ଟ୍ର)

ବାପା ଥିଲେ ଧୃତରାଷ୍ଟ୍ର କଉରବଙ୍କର ।

ପୁତ୍ର ସ୍ନେହେ ଅନ୍ଧ , ଅନ୍ଧ ରାଜନ ଆବର।୧।

ଦୁର୍ଯ୍ୟୋଧନ ଜ୍ୟେଷ୍ଠ ପୁତ୍ର , ଆନ ନ ଜାଣନ୍ତି ।

ଦୁର୍ଯ୍ୟୋଧନ ପାଶେ ଥାଏ ଐକାନ୍ତିକ ପ୍ରୀତି। ୨।

ବାଲ୍ୟକାଳୁ ଅତ୍ୟଧିକ ପୁତ୍ର ସ୍ନେହ ଦେଇ ।

ପାଳିଲେ ରାଜନ ମହାମାନୀ ହେଲା ସେହି।୩।

ଧରମ ଜାଣିଛି ତହିଁ ଆଗ୍ରହ ତା ନାହିଁ ।

ପାପକୁ ଜାଣି ବି ପାପ ଛାଡି ପାରି ନାହିଁ ।୪।

ପାଣ୍ଡବଙ୍କ ବଡ ବାପା ନିଜେ ଧୃତରାଷ୍ଟ୍ର ।

ପାଣ୍ଡବଙ୍କ ପାଇଁ ମନେ ନାହିଁ ତିଳେ କଷ୍ଟ ।୫।

ନିଜ ସୁତଙ୍କର ହିତ ସନ୍ତତେ ଚିନ୍ତିଲେ।

ଅଧର୍ମର ସାଥି ହୋଇ କୁଳ ନାଶ କଲେ।୬।

(୨ )

(ଯମଦଗ୍ନି)

ଋଷି ଯମଦଗ୍ନିଙ୍କର ତର୍ପଣ କାଳରେ।

ପତ୍ନୀ ରେଣୁକା ଜଳ ନିକ୍ଷେପନ୍ତି ହସ୍ତରେ ।୧।

ଅନ୍ୟମନସ୍କା ହୋଇ ସେ ନ ନିକ୍ଷେପି ଜଳ

ମୃତ୍ୟୁଦଣ୍ଡ ସ୍ବାମୀଙ୍କଠୁ ପାଇଲେ କେବଳ।୨।

ଗୋଟି ଗୋଟି କରି ଚାରି ପୁତ୍ରଙ୍କୁ ଡାକିଲେ ।

ରେଣୁକାକୁ ହତ୍ୟା କର ବୋଲି ସେ କହିଲେ।୩।

ମାତୃ ହତ୍ୟା ନ କରିବେ ସଭିଏଁ କହିଲେ ।

ପର୍ଶୁରାମ ପିତାଙ୍କର ଆଦେଶ ପାଳିଲେ।୪।

ମାତା ସହ ଚାରି ଭାଇଙ୍କର ହତ୍ୟା କଲେ।

କି ବର ମାଗିବୁ ମାଗ ପିତା ହିଁ କହିଲେ ।୫।

ଆନନ୍ଦେ କହିଲେ ପିତା ମାଗି ଘେନ ବର।

ମାତା ଭ୍ରାତାଙ୍କ ଜୀବନ ଦାନ ପିତା କର ।୬।

ସେମାନେ ଯାଆନ୍ତୁ ଭୁଲି ହତ୍ୟାକାରୀ ମୁହିଁ ।

ଏହି ବରଦାନ ପିତା ତୁମକୁ ମାଗଇ।୭।

ଯମଦଗ୍ନି ତଥାସ୍ତୁ ବୋଲିଣ ଦେଲେ ବର।

ମାତା ଭ୍ରାତା ଜୀବନ ପାଇଲେ ଧାତିକାର ।୮।

ଚିରଞ୍ଜିବୀ ପର୍ଶୁରାମ ଏକବିଂଶ ବାର।

ନିକ୍ଷତ୍ରୀ କରିଲେ ପୃଥ୍ବୀ ପିତୃ ଧର୍ମ ସାର ।୯।

(ଧୃତରାଷ୍ଟ୍ର ଜଣେ ବାପା ଯମଦଗ୍ନି ଜଣେ ।

ଯାହାଠୁ ଯାହା ଶିଖିବା ବିଚାରିବ ମନେ ।।)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍