STORYMIRROR

DR SAMIR RANJAN BEHERA

Children Stories Inspirational

3  

DR SAMIR RANJAN BEHERA

Children Stories Inspirational

ବାପା

ବାପା

2 mins
223


ଯେଉଁ ବାପା ଦିନେ ସନ୍ତାନ ପାଇଁ

              ସବୁକିଛି କରୁଥିଲା

ଆଜି ସେ ସନ୍ତାନ ବଡ ହେଲା ପରେ

               ବାପା ଙ୍କୁ ଭୁଲି ଗଲା ll1ll

ବାପା ହାତ ଧରି ଚାଲୁଥିଲା ଦିନେ

                  ଅସରନ୍ତି ଯେ ରାସ୍ତା

ଆଜି ସେଇ ବାପା ଥକି ଯେ ପଡିଛି

               ପୁଅ ମନେ ନାହିଁ ଚିନ୍ତା ll 2 ll

ଗୋଟିଏ ମୁହୂର୍ତ ପୁଅ କୁ ନଦେଖିଲେ

                  ବାପା ଟା ପାଗଳ ହୁଏ

ପୁଅ ଆଜି କିନ୍ତୁ ବାପା ଙ୍କୁ ଛାଡି

               ଆରାମ ରହିଣ ଯାଏ ll3ll

ଜୀବନ ର ସବୁ ସଂଚିତ ଧନ କୁ

              ପୁଅ ଝିଅ ପଛେ ସରି ଥାଏ

ବୁଢା ବୟସେ ଚଷମାଟେ ପାଇଁ ବି

              ପୁଅ ପାଖେ ଟଙ୍କା ନଥାଏ ll 4 ll

ନିଜ ଭୋକ କୁ ପେଟରେ ମାରି ସେ

                 ଛୁଆ କୁ ଖୋଏଇ ଥାଏ

ଆଜି ସେଇ ବାପା ଓଳିଏ ଖାଇଲେ

               ଆର ଓଳି ଉପାସ ରହେll 5 ll


ପୁଅ ଝିଅ କୁ ରୋଗ ହେଇ ଥିଲେ

               ବାପା କୁ ନିଦ ଆସେନି

ସେଇ ବାପା ଆଜି ହସ୍ପିଟାଲ ପଡିଛି

               ପୁଅ ପାଖେ ଖବର ନାହିଁ ll 6 ll

ନିଜେ ନ ଖାଇ ପୁଅ ଝିଅ ପାଇଁ

              ସୁସ୍ୱାଦୁ ଖାଦ୍ୟ ସେ ଆଣଇ

ମାଉଁସ ଟିକେ ଖାଇବାକୁ ମନ

               ପୁଅ କହେ ପଇସା ନାହିଁ ll 7 ll

ବାପା ଥିବା ପୁଅ ସଭା ରେ କେବେ

                 ହାରଇ ଯେ ନଥାନ୍ତି 

ବୁଢ଼ା ବାପା ମା ଅବଶ ହେଲେବି

            ପୁଅ ମଙ୍ଗଳ ମନାସୁଥାନ୍ତି ll 8 ll

ସନ୍ତାନ କୁ ସେ ଉଚ୍ଚାସନ ପାଇଁ

             ଛାତିକୁ ପଥର କରି ଥାଏ

ସେଇ ପୁଅ ପାଇଁ ବାପା ମା ବୋଝ

             ଯେ ବୃଦ୍ଧାଶ୍ରମ ଲୋଡ଼ିଥାଏ ll 9 ll

ବାପା ମା ଟା ର ଦେହ ପା କେମିତି

                ପଚାରିବାକୁ ସମୟ ନଥାଏ

ପିତୃମାତୃ ଦିବସ ରେ ସେଲ୍ଫି ଉଠେଇ

                ସ୍ଟାଟସ ଅପଲୋଡ଼ ହୁଏ ll 10 ll

ସମାଜ ଆଗରେ ବାପାମା ବିଷୟେ

             ଆଦର୍ଶ ଭାଷଣ ଦିଆ ଯାଏ 

ସତ ମିଛ କହି ସୋସିଆଲ ମିଡ଼ିଆ ରେ

                 ପ୍ରଶଂସା କମା ଯାଏ ll 11 ll

ସବୁ ଦୁଃଖ କଷ୍ଟ ଛାତିରେ ଧରି

             ପୁଅକୁ ଆଶୀର୍ବାଦ ଦିଏ

ମନର ଆଶାକୁ ମନରେ ମାରି 

          ବୁଢା ବାପାଟା ଦିନ ଗଣୁ ଥାଏ ll 12 ll


ବାପା ମାଆ ପରା ଜୀବନ୍ତ ଦେବତା 

                ଜୀବନରେ ମିଳେ ଥରେ

ତାଙ୍କୁ ଯେ କେବେ ଅବହେଳା କର

              ଏକଥା ନହେଉ ଭୁଲରେ ll13 ll


ଭାଇ ଭଉଣୀ ବନ୍ଧୁ ପରିଜନଙ୍କୁ

                 ଗୋଟିଏ ମୋ ନିବେଦନ

ବାପା ମାଆଙ୍କୁ ସମ୍ମାନ କରିବା

             ଟେକ ରଖିବା ତାଙ୍କ ସ୍ଥାନ ll 14 l


       


Rate this content
Log in