STORYMIRROR

RUNALAILA MOHANTA

Others Children

3  

RUNALAILA MOHANTA

Others Children

ବାପା

ବାପା

1 min
196

#mydadmyhero

      ପିତା ସେ ସନ୍ତାନ ର ସୃଜନ କର୍ତ୍ତା


        ସୁଖ ଶକ୍ତି ସେ ସାହସ ଦାତା


        ଜନ୍ମ ଦାତା ସେ ମହାନ ପିତା


    ବିଶାଳ ଆକାଶ ହୋଇ ଛତ୍ରଛାୟା ତଳେ


       ଢାଙ୍କି ରଖି ଥାନ୍ତି ଯେ ସେ ସଦା


       ନିଜ ଭାବନା କୁ ହୃଦୟେ ରଖି


     ସନ୍ତାନକୁ ଗଢ଼ିବାକୁ କଠୋର ସାଜନ୍ତି


     ସତେ ଯେମିତି ସେ ପାହାଡ ପଥର


    ଯେତେ ଗାଳି କଲେ ବି ବିପଦ ବେଳେ


      ସଦା ସର୍ବଦା ଆଗରେ ଥାନ୍ତି ରହି


     ନିଜ ଦୁଃଖ କୁ ଲୁଚାଇ ପରିବାରକୁ


    ଖୁସି ରଖିବାରେ ନ କରନ୍ତି ଯେ ହେଳା


   କେତେକେତେ ଯନ୍ତ୍ରଣାକୁ ଛାତିରେ ଚାପି


   ସଭିଙ୍କୁ ହସାନ୍ତି ରଖି ମନରେ ଅକୁହା ତାତି


ଦେଖିଲେ ଲାଗେ ସେନେହ ମମତା ନାହିଁ ତାଙ୍କ କିଛି


   ହେଲେ ସନ୍ତାନ ଦୁଃଖରେ ଦୁଃଖୀ ହୁଅନ୍ତି 


        ସବୁଠାରୁ ସେ ବେଶୀ


 ଦେଖାଇ ପାରନ୍ତି ନାହିଁ କେବେ ଅନ୍ତର ବେଦନା


ଅନ୍ତରେ ଅନ୍ତରେ ଘାଣ୍ଟି ହୁଅନ୍ତି ସହି କେତେ ଯାତନା


   ଧନ୍ୟ ସେ ପିତା ସଂସାର ର ପୁଣ୍ୟ ଆତ୍ମା


ଦେଇ ଆଶୀର୍ବାଦ ସାଜି ଥାଆନ୍ତୁ ପଥ ଦର୍ଶକ ସଦା


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍