STORYMIRROR

Ansuman Swain

Others

3  

Ansuman Swain

Others

ବାପା

ବାପା

1 min
245


ଏମିତି ଏକ 

 ବାପା ଶବ୍ଦଟି

ସୁଖ ଶାନ୍ତିରେ

ସିଏ ସମୃଦ୍ଧି

ଫୁଟାନ୍ତି ମୁଖେ ହସ,

ତାଙ୍କରି ନାମେ

ସଂସାର ଚିହ୍ନେ

ତାଙ୍କରି ଲାଗି

ଦୁନିଆ ଦେଖେ

ଛ ଋତୁ ବାର ମାଷ.......

ବାପାଙ୍କ ମାଡ଼

ରାଇଜ ଛାଡ଼ 

କୁହନ୍ତି ସବୁ

ପଲ୍ଲି ରେ ମୋର

ମୁଁ, କରେନି ବିଶ୍ୱାସ,

ମୋ ଭାଗ୍ୟରେ ତ

ଆସିନି କେବେ

ଆସିଛି ଖାଲି

ସ୍ନେହର ହୋଲି 

ସାଜି ସୁନ୍ଦର ବେଶ .......

ସିଏତ ମୋର 

ବଡ଼ ଦେଉଳ

ତାଙ୍କରି ବସ୍ତ୍ର

ନାଲିଆ ନେତ

ଉଡଈ ଫର ,ଫର,

ତାଙ୍କ ହୃଦୟ

ତୁଳସୀ ବନ

ପବିତ୍ର ତାଙ୍କ

ସୁନ୍ଦର ମନ

ହସାନ୍ତି ବାରମ୍ବାର.........

ତାଙ୍କରି ହସ୍ତ

ମସ୍ତକେ ମୋର

ରହିଛି ସଦା

ସାଜି ମନ୍ଦିର 

ସେତ ସୁନ୍ଦର ଦେବ,

ସବୁ ଜାଣନ୍ତି

ହସି ଦିଅନ୍ତି

କିଏ ବି କେବେ

ନ ପାଉ କଷ୍ଟ

ଏ ଭଳି ତାଙ୍କ ଭାବ.......

 ବାପା ଈଶ୍ୱର

ବାପା ସୁନ୍ଦର

ବାପାଙ୍କୁ ମୋର

କୋଟି ଜୁହାର

ସତେ କି କେଡେ ଭାଗ୍ୟ,

ତାଙ୍କରି କର୍ମ

ଅଭୁଲା ସ୍ମୁତି

ତାଙ୍କରି କୀର୍ତି

ଝୁରେ ମୁଁ ନିତି ..........

ସେ ହିଁ ସଂସାରେ ସତ୍ୟ .......



Rate this content
Log in