STORYMIRROR

Sonali Garnayak

Others

3  

Sonali Garnayak

Others

ବାପା

ବାପା

1 min
171

ଯାହାଙ୍କ ଆଖି ଦେଖିଲେ ଲାଗେ ଭୟ 

ମୋ ପାଇଁ ସାଜନ୍ତି ସେ ଅଭୟ 

କେତେ ରାତି କରିଛନ୍ତି ଉଜାଗର 

ମୋତେ ସଜାଇବାକୁ ବାଜିଗର 

ସବୁ ସୁଖ ଶୀରି ଦେଇଛନ୍ତି ଢାଳି 

ଭୁଲ କଲେ କିନ୍ତୁ ପଡେ ଗାଳି 

ମୁଁ କୁଆଡେ ତାଙ୍କ ଜୀବନ 

ଲୁହ ନିଗାଡ଼ି କରିଛନ୍ତି ପୂରଣ ସବୁ ସ୍ୱପ୍ନ 

ଝିଅ ନୁହେଁ ଡାକନ୍ତି ମାଆ 

ସାଜିଛି ତାଙ୍କ ଘରର ଲକ୍ଷ୍ମୀ ପ୍ରତିମା 

ବୋଉ କୁହେ ରୂପରେ ଗୁଣରେ ତାଙ୍କ ଭଳି 

ଧରିଛନ୍ତି ହାତ ଯେତେଥର ପଡିଛି ଟଳି 

ଅଜାଡ଼ିଛନ୍ତି କେତେ ଯେ ବଦାନ୍ୟତା 

ବାପା ନୁହେଁ ସେ ଚଳନ୍ତି ଦେଵତା |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍